Only for Entertainment

ଭାରତୀୟ ଗୀତକୁ ପ୍ରମୋଟ କରିବାକୁ ମନା କଲେ ଆତିଫ,କ’ଣ ହୋଇପାରେ କାରଣ?

daily sun.com
0 49

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ସିନେ କଳାକାରଙ୍କ ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ଗତ ସପ୍ତାହରେ ଭାରତରେ ପାକିସ୍ତାନ କଳାକାରଙ୍କୁ ବ୍ୟାନ କରିବାକୁ ନେଇ ପ୍ରଶ୍ନ ଉଠିଥିଲା । ଏବେ ଆତିଫ ଅସଲମ ଭାରତୀୟ ଗୀକୁ ପ୍ରମୋଟ କରିବାକୁ ମନା କରି ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଆତିଫ ‘ଦାସ ଦେବ’ ଫିଲ୍ମର ଗୀତକୁ ପ୍ରମୋଟ କରିବାକୁ ମନା କରି ଦେଇଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଗୀତକୁ ପ୍ରମୋଟ କରିବାକୁ ପ୍ରଯୋଜକ ତାଙ୍କୁ କହିଥିଲେ । ଗୀତଟିକୁ ୨୨ ଫେବୃୟାରୀକୁ ରିଲିଜ କରାଯାଇଥିଲା । କିନ୍ତୁ ଆତିଫ ତାଙ୍କର କୌଣସି ସୋସିଆଲ ପେଜରେ ଏହାକୁ ପ୍ରମୋଟ କରିନଥିଲେ ।
ପ୍ରଯୋଜକଙ୍କ କହିବା ଅନୁସାରେ ଆତିଫ ଦେଇଥିବା କଥାକୁ ରଖିନାହାଁନ୍ତି । ପ୍ରମୋଟ କରିବା ପାଇଁ ହଁ କରିଥିଲେ ମଧ୍୍ର କୌଣସି ପ୍ରତିକ୍ରିୟା ତାଙ୍କ ତରଫରୁ ଦେଖିବାକୁ ମିଳିନାହିଁ ।

ଆତିଫ ଟାଇଗର ଜିନ୍ଦା ହୈର ‘ଦିଲ ଦିଆ ଗଲାଁ ଗଲାଁ’ ଗୀତକୁ ପ୍ରମୋଟ କରିଥିଲେ । ତାଙ୍କର ସୋସିଆଲ ମିଡିଆରେ ୨ କୋଟି ଫଲୋର୍ସ ଅଛନ୍ତି । ଯଦି ସେ ଦାସ ଦେବ ଗୀତକୁ ରିଲିଜ କରିଥାନ୍ତେ ତେବେ ନିଶ୍ଚିତ ଭାବରେ ଫାଇଦା ମିଳିଥାନ୍ତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More