Only for Entertainment

ଏହି ବ୍ୟାଙ୍କ୍ର ଏଟିଏମ ସର୍ଭର ହ୍ୟାକ କରି ଚୋର ଉଡ଼ାଇନେଲେ ୯୪ କୋଟିି,ବିଦେଶ ପଠାଇଲେ ଟଙ୍କା ।

aajtak
0 34

ଦେଶର ସବୁଠାରୁ ପୁରୁଣା କୋ-ଅପରେଟିଭ ବ୍ୟାଙ୍କ୍ର କସମସ ବ୍ୟାଙ୍କ୍ର ଏଟିଏମ ସର୍ଭରକୁ ହ୍ୟାକ କରି ଚୋରମାନେ ୯୪ କୋଟି ଉଡ଼ାଇ ନେଇଛନ୍ତି । ହ୍ୟାକରମାନେ ସର୍ଭର ହ୍ୟାକ କରି ବ୍ୟାଙ୍କ୍ର ଟଙ୍କା ଏବଂ ଭିସା ଡେବିଟ କାର୍ଡ଼ର ଡିଟେଲ ଚୋରି କରିନେଲେ । ଏହାପରେ ଏହି ଡାଟାକୁ ବ୍ୟବହାର କରି ବିଦେଶରେ ଟଙ୍କା ହେରା ଫେରି କଲେ ।

ହ୍ୟାକରମାନେ ଏହା ଜରିଆରେ ୯୪.୪୨ କୋଟି ଟଙ୍କା ଦେଶ ବାହାରକୁ ପଠାଇଲେ । ଚୋରି ଡିଟେଲ ଅନୁସାରେ ପ୍ରାୟ ୧୨ ହଜାରର ଦେବା ନେବା ହୋଇଛି । ଏହି ସମସ୍ତ କାମ ଦେଶ ବାହାରେ ହୋଇଛି । ଏହି ୧୨ ହଜାର ଦେବା ନେବା ମଧ୍ୟରେ ୭୮ କୋଟି ଚୋରି କରାଯାଇଛି । ଏହିଭଳି ୨୮ଶହ ଦେବା ନେବା ହୋଇଛି । ଏଥିରେ ମଧ୍ୟ ପ୍ରାୟ ୮୦ ଲକ୍ଷ ଚୋରି ହୋଇଛି । ଏକ ଟ୍ରାଂଜାକ୍ସନରେ ହଙ୍ଗକଙ୍ଗର ହ୍ରାଙ୍ଗସ୍ୟାଙ୍ଗ ବ୍ୟାଙ୍କକୁ ଟଙ୍କା ପଠାଯାଇଛି । ଏହି ଟଙ୍କା ଏଲଏମ ଟ୍ରେଣ୍ଡିଂ ନାମରେ ପଠାଯାଇଛି । ଏହି ବେନିଫିସିଆରୀକୁ ୧୨ କୋଟି ମିଳିଛି । ଏହିଭଳି ଏହି ଫ୍ରଡ଼ ଜରିଆରେ ୯୪ କୋଟି ଚୋରି ହୋଇଛି । ଏନଆଇର ରିପୋର୍ଟ ଅନୁସାରେ ଅଜ୍ଞାତ ବ୍ୟକ୍ତି ବିରୁଦ୍ଧରେ ଏବଂ ହଙ୍ଗକଙ୍ଗ ସମ୍ବଦ୍ଧିତ କମ୍ପାନୀ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଛି ।

ଯେଉଁଭଳି ଭାବରେ ଡିଟିଟାଲ ବ୍ୟାଙ୍କିଙ୍ଗ ବଢୁଛି ସେହି ରେସ୍ରେ ଡିଜିଟାଲ ଫ୍ରଡ଼ ମଧ୍ୟ ବଢୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More