ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟି ସେଟରୁ କିଛି ନା କିଛି ଫଟୋ ସାମ୍ନାକୁ ଆସିବାରେ ଲାଗିଛି । ଇତି ମଧ୍ୟରେ ଅତୁଲ ଫିଲ୍ମ ସେଟର ଏକ ଭିଡିନ୍ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ଅଭିନେତା ସଲମାନ ଖାନ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି । ଭିଡିଓରେ ଫିଲ୍ମର ସୁଟିଂ ସେଟ ମଧ୍ୟ ନଜର ଆସିଛି । ପୂରା ସେଟକୁ ୟଲୋ ଫୁଲରେ ସଜା ଯାଇଥିବା ଦେଖିବାକୁ ମିଳିଛି ଏହି ଭିଡିଓରେ ।
View this post on Instagram
#Day97 #Bharat #BeingHumanECycle to work @beingsalmankhan @bharat_thefilm
କହିରଖୁଛୁ ଯେ, ସଲମାନ ଖାନ ଏବେ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ସଲମାନଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ । ଏହି ଫିଲ୍ମ କୋରିଅନ ଫିଲ୍ମ ‘ଓଡ ଟୁ ମାଇଁ ଫାଦର’ର ହିନ୍ଦୀ ରିମେକ । ଫିଲ୍ମରେ ସଲମାନ ଖାନ ୫ଟି ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ଫିଲ୍ମରେ ସଲମାନ ଖାନ-କ୍ୟାଟ୍ରିନା କୈଫଙ୍କ ବ୍ୟତିତ ତବୁ, ଦିଶା ପଟାନୀ, ସୁନିଲ ଗ୍ରୋଭର, ନୋରା ଫତେହୀଙ୍କ ପରି କଳାକାର ନଜର ଆସିବେ । ତେବେ ଫିଲ୍ମ ଦର୍ଶକଙ୍କ ମନ କେତେ ମାତ୍ରାରେ ଜିତି ପାରୁଛି ତାହା ଦେଖିବା ବାକି ରହିଲା ।