Only for Entertainment

‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ର ଅଡ଼ିଓ ରିଲିଜ ।

youtube
0 30

ଖୁବଶୀଘ୍ର ଓଲିଉଡ୍ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ବାଓପିକ୍ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ । ରିୟାଲିଟି ଶୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଂଟ୍ ପ୍ରଥମ ସିଜିନ୍ ବିଜେତା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣା ମୋହନ୍ ରେଡ୍ଡିଙ୍କ ଷ୍ଟ୍ରଗଲ୍କୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ନିକଟରେ ଏହି ସିନେମାର ଅଡିଓ ରିଲିଜ୍ ହୋଇ ଯାଇଛି । ଯେଉଁଠି ଫିଲ୍ମର ଏଂଟାୟାର୍ କାଷ୍ଟ ଆଣ୍ଡ କ୍ରୁଙ୍କୁ ଦେଖିବାକୁ ମିଳିଥିଲା ।

ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଅଡିଓ ରିଲିଜ୍ କରାଯାଇଛି । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ପୁରା ଟିମ୍କୁ ଏହି ଅବସରରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣା ମୋହନ୍ ରେଡ୍ଡିଙ୍କ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ ହୋଇଛି । ଆଉ ସିନେମାରେ କ୍ରିଷ୍ଣା ନିଜେ ହିଁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା, ପ୍ରଯୋଜନା ସମେତ ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ନିଜେ କ୍ରିଷ୍ଣା ମୋହନ୍ ରେଡ୍ଡି । ଫିଲ୍ମରେ ଓଲିଉଡ୍ର ଅନେକ ଯୁବ କଣ୍ଠଶିଳ୍ପୀଙ୍କ ଗାୟିକି ସ୍ଥାନ ପାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More