Only for Entertainment

ଇଂଟରନେଟ ସେନସେନ ହେଲା ଦୁଇଟି ମୁହଁ ଥିବା ବିଲେଇ ।

punjabkesari
31

ଦୁଇଟି ମୁହଁ ଥିବା ସାପ ବିଷୟରେ ଆପଣ ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ । କେବଳ ସେତିକି ନୁହେଁ ଦୁଇଟି ମୁହଁ ବା ଶରୀର ଥିବା ମଣିଷ ଛୁଆ ମଧ୍ୟ ଆପଣ ନିହାତି ଦେଖିଥିବେ । କିନ୍ତୁ ଏବେ ଏକ ବିଲେଇ ସାଜିଛି ଇଂଟରନେଟ ସେନସେସନ । ଯାହାର ଦୁଇଟି ମୁହଁ ଥିବା ନଜର ଆସିଛି । ଅଷ୍ଟ୍ରେଲିଆରେ ଗତ ୧୨ ଡିସେମ୍ବରକୁ ଏକ ପ୍ରକାରର ବିଲେଇ ଜନ୍ମ ହୋଇଥିଲା । ଏହି ବିଲେଇର ନାମ ବ୍ୟାଟି ବି ରଖାଯାଇଛି । ଭିନ୍ନ ଭାବରେ ଜନ୍ମ ହେବା ଏହାର ହେଉଛି ବିଶେଷତ୍ୱ । ଯାହାର ୨ଟି ମୁହଁ, ୩ଟି ଆଖି ଏବଂ ଦୁଇଟି ନାକ ରହିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହିଭଳି ଜନ୍ମ ହୋଇଥିବା ଜୀବ ଖୁବଶୀଘ୍ର ମରିଯାଆନ୍ତି । ସେହି ତୁଳନାରେ ଏହି ବିଲେଇ ସଂପୂର୍ଣ୍ଣ ଭିନ୍ନ । ଯିଏ ଲମ୍ବା ସମୟ ଧରି ବଂଚିଛି । ତେବେ ଜନ୍ମର କେତେ ଦିନ ପରେ ବ୍ୟାଟିର ଫଟୋ ଭାଇରାଲ ହେଉଛି । ଯାହା ଫେସବୁକ ପେଜ ଜରିଆରେ ସାମ୍ନାକୁ ଆସିଛି । ୧୦ ଦିନ ମଧ୍ୟରେ ଇଂଟରନେଟ ସେନସେସନ ହୋଇଯାଇଛି ବ୍ୟାଟି ।

କେୟାରଟେକରଙ୍କ କହିବା ଅନୁସାରେ ବ୍ୟାଟିକୁ ଟ୍ୟୁବ ଦ୍ୱାରା ଖାଦ୍ୟ ଦିଆଯାଉଛି । ଅନ୍ୟ ବିଲେଇ ମାନଙ୍କ ଅପେକ୍ଷା ଏହି ବିଲେଇର ଯତ୍ନ ନେବା ପ୍ରଣାଳୀ ସଂପୂର୍ଣ୍ଣ ଭିନ୍ନ । ତେବେ ୧୬ ଦିନ ବଂଚିବା ପରେ ୨୮ ଡିସେମ୍ବରକୁ ବ୍ୟାଟି ମୃତ୍ୟୁବରଣ କରିଛି, ତଥାପି ସେ ଫେସବୁକ ପେଜରେ ଏବେ ମଧ୍ୟ ଜୀବିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More