Only for Entertainment

Uber Eatsର ଡେଲିଭରୀ ବୟଙ୍କ କାରନାମା ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ, ଭିଡିଓ ଭାଇରାଲ ।

The Indian Express
35

ଆପଣ ଅନଲାଇନ ଅର୍ଡର ତ ନିଶ୍ଚିତ କରୁଥିବେ । ଅତି ସହଜରେ ଘରି ବସି ବସି ଆମେ ସବୁ କିଛି ପାଇଯାଉଥାଇ । ଡ୍ରେସ ହେଉ କିମ୍ବା ଖାଇବା ଅର୍ଡର ହେଉ ଲୋକେ ଏବେ ବଜାର ଅପେକ୍ଷା ଅନଲାଇନକୁ ବେଶୀ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଅଷ୍ଟ୍ରେଲିଆରେ ଏପରି କିଛି ହୋଇଛି ଯାହାକୁ ଦେଖିବା ପରେ ଆପଣ ଅନ ଲାଇନ ଅର୍ଡର ଦେବା ଆଗରୁ ଦୁଇଥର ଭାବିବେ ।

ଖବର ଅନୁସାରେ ଅଷ୍ଟ୍ରେଲିଆର ମେଲବର୍ନରେ ଜଣେ କଷ୍ଟମର ଉବର ଇଟସରୁ ଫ୍ରେଞ୍ଚ ଫ୍ରାଇସ ଅର୍ଡର ଦେଇଥିଲେ । କିନ୍ତୁ ଡେଲିଭରୀ ବୟ କଷ୍ଟମରଙ୍କୁ ଅର୍ଡର ଦେବା ପରେ ବ୍ୟାଗ ହାଲକା ଲାଗିଥିଲା । ଏହା ପରେ ସିସିଟିଭି ଫୁଟେଜ ଦେପଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଦେଖିଥିଲେ ଡେଲିଭରୀ ବୟ ଅର୍ଡର ନେଇ ଘରେ ପହଁଚି ବେଲ ମାରିଥିଲେ ଏବଂ ବ୍ୟାଗରୁ ଫ୍ରେଞ୍ଚ ଫ୍ରାଇସ କାଢି ଖାଇଥିଲେ । ସିସିଟିଭି ଫୁଟେଜ ଦେଖିବା ପରେ ସେ ବ୍ୟଗ ହାଲକା ହେବାର କାରଣ ଜଣିପାରିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More