Only for Entertainment

ଶାହାରୁଖ୍ ଖାନଙ୍କ ପାଇଁ ପ୍ରତି ବର୍ଷ ଜହ୍ନରେ ଜମି କିଣୁଛନ୍ତି ଏହି ମହିଳା ପ୍ରଶଂସକ !

you tube
34

ବଲିଉଡର ବାଦଶାହା ଭାବେ ପରିଚିତ ଅଭିନେତା ଶାହାରୁଖ୍ ଖାନଙ୍କ ପ୍ରଶଂସକଙ୍କ ସଂଖ୍ୟା କେତେ ତାହା ସମସ୍ତଙ୍କୁ ଜଣା। ଦେଶ ଓ ଦେଶ ବାହାରେ ମଧ୍ୟ ଲୋକେ ତାଙ୍କୁ ପସନ୍ଦ କରୁଥିବା ବେଳେ ଏବେ ବି ତାଙ୍କ କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ରହିଛି। ତାଙ୍କର ଗୋଟେ ଝଲକ ଦେଖିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ବେଳେ ନିକଟରେ ତାଙ୍କର ଜଣେ ପ୍ରଶଂସକ କରିଥିବା କାମ ଚର୍ଚ୍ଚାରେ ବିଷୟ ପ‌ାଲଟିଛି। ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ଶାହାରୁଖଙ୍କ ପାଇଁ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

srk630

ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ଶାହାରୁଖଙ୍କ ବଡ଼ ପ୍ରଶଂସକ ହୋଇଥିବା ବେଳେ ତାଙ୍କ ପାଇଁ ଜହ୍ନରେ ଜମି କିଣିଛନ୍ତି। ପ୍ରତି ବର୍ଷ ସେ ଶାହାରୁଖଙ୍କ ପାଇଁ ଜମି କିଣୁଥିବା ବେଳେ ଏ ନେଇ ଶାହାରୁଖଙ୍କୁ ଲୁନାର ରିପବ୍ଲିକ୍ ସୋସାଇଟି ପକ୍ଷରୁ ପ୍ରମାଣପତ୍ର ମିଳୁଥିବା କହିଛନ୍ତି ଶାହାରୁଖ୍। ନିଜ ଜନ୍ମଦିନରେ ଶାହାରୁଖ୍ ନିଜର ଏହି ମହିଳା ପ୍ରଶଂସକଙ୍କ ବିଷୟରେ ଜଣାଇବା ପ୍ରଶଂସକଜଣଙ୍କ ତାଙ୍କ ପାଇଁ ପ୍ରତି ବର୍ଷ ଜହ୍ନରେ କିଛି କିଛି ଜମି କିଣୁଥିବା କଥା ଜଣାଇଥିଲେ। ଏହା ସହ ପ୍ରଶଂସକଙ୍କ ଏଭଳି କାମ ବିଷୟରେ ଜାଣିବା ପରେ ଶାହାରୁଖ୍ ମହିଳାଙ୍କ ସହ ଇମେଲ୍ ଜରିଆରେ ସଂପର୍କରେ ଥିବା କହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More