Only for Entertainment

ଅଷ୍ଟ୍ରେଲିଆ ମଡେଲ ବାଥରୁମରେ ଦେଲେ ଶିଶୁ କନ୍ୟାକୁ ଜନ୍ମ, ଡେଲିଭରୀର ମାତ୍ର ୧୦ ମିନିଟ ପୂର୍ବରୁ ଜାଣିଲେ ଅଛନ୍ତି ପ୍ରେଗ୍ନେଣ୍ଟ !

insta pic by erinlangmaid
37

୨୩ ବର୍ଷିୟ ଅଷ୍ଟ୍ରେଲିଆନ ମଡେଲ ଏରିନ ଲେଙ୍ଗମେଡ ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଗଇଛନ୍ତି । କିନ୍ତୁ ଏରିନଙ୍କ କାହାଣୀ ଅନ୍ୟ କୌଣସି ମହିଳାଙ୍କ ଠାରୁ ଖୁବ ଭିନ୍ନ । ଅସଲରେ ଏରିନଙ୍କୁ ଡେଲିଭରୀ ହେବାର ମାତ୍ର ୧୦ ମିନିଟ ପୂର୍ବରୁ ଜଣାପଡିଥିଲା ସେ ପ୍ରେଗ୍ନଣ୍ଟ ଅଛନ୍ତି । ଏରିନ ବାଥରୁମରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ । ତାଙ୍କର ଏହି କାହାଣୀ ମିଡିଆରେ ଆସିବା ପରେ ଏହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏରିନ ସୋସିଆଲ ମିଡିଆରେ ବେବିର ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଥିଲେ ।

 

 

View this post on Instagram

 

The hardest week of our lives, you are my rock. And now you are Isla’s. 2 years with you 💗

A post shared by Erin Langmaid (@erinlangmaid) on

ଏରିନ ମିଡିଆକୁ କହିଛନ୍ତି ସେ ଡେଲିଭରୀ ଦେବାର ମାତ୍ର ୧୦ ମିନିଟ ପୂର୍ବରୁ ପ୍ରେଗ୍ନେଣ୍ଟ ହେବାର ଅନୁଭବ କରିଥିଲେ । ସେ କିଛି ସମୟରୁ ଗର୍ଭ ନିରୋଧକ ଔଷଧ ଖାଉଥିଲେ । ସେଥିପାଇଁ ସେ ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି ଜାଣିପାରିନଥିଲେ । କେବଳ ଏତିକି ନୁହେଁ ଗର୍ଭବତୀ ଥାଇ ମଧ୍ୟ ତାଙ୍କ ଶରୀରରେ ମଧ୍ୟ କିଛି ଖାସ ପରିବର୍ତ୍ତନ ହୋଇନଥିଲା । ସେ ନିଜର ପୁରୁଣା ପୋଷାକ ହିଁ ପିନ୍ଧୁଥିଲେ ।

 

View this post on Instagram

 

We want to share with you our new little family member. Isla May was brought into the world on Tuesday night, she lived in mummy’s tummy for 9 months without letting us know. After an extremely tough few days both mother and daughter are perfectly well and ready to go home. The support of our family and friends is something that we will never be able to thank them enough for. To Erin the courage you have shown is something I didn’t think possible, you are an incredible person and will be an amazing mum. Now after a big week we look forward to life as a little fam with the most gorgeous new little addition and all the great things that come with that! Thanks for all the support it’s been amazing xx love the Carty fam

A post shared by Daniel Carty (@dan_carty) on

ଏରିନ ଫଟୋ ସୋସିଆଲ ମିଡିଆରେ ଫଟୋ ସେୟାର କରି କହିଛନ୍ତି, ‘ଏହା ମୋ ଜୀବନର ସବୁଠାରୁ କଠିନ ସମୟ । ଯାହା ବି ହେଲା ସବୁ ହଠାତ ହେଲା ।’ ସୂଚନା ଅନୁସାରେ ଏହି ସ୍ଥିତିକୁ ବିଜ୍ଞାନ ଭାଷାରେ ଗୁପ୍ତ ଗର୍ଭାବସ୍ଥା କୁହାଯାଏ । ଏହି ମାମଲା ୨୫୦୦ ମହିଳାଙ୍କ ମଧ୍ୟରେ ଜଣଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହି ସ୍ଥିତିରେ ମହିଳାଙ୍କୁ ତାଙ୍କର ଗର୍ଭାବସ୍ଥା ବିଷୟରେ ଜଣାପଡେ ନାହିଁ । କେବଳ ଏତିକି ନୁହେଁ ଶରୀରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥାଏ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More