Only for Entertainment

ଏହି ଫିଲ୍ମରେ ଥାନୋସ ଠାରୁ ପ୍ରତିଶୋଧ ନେବେ ଆଭେଞ୍ଜର୍ସ !

QuirkyByte
0 39

ନିକଟରେ ରିଲିଜ ହୋଇଥିବା ମାର୍ବଲ ଫିଲ୍ମର ଆଭେଞ୍ଜର୍ସକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ଫିଲ୍ମର କ୍ଲାଇମ୍ୟାକ୍ସ ଦେଖି ଦର୍ଶକ ନିରାଶ ମଧ୍ୟ ହୋଇଛନ୍ତି । ଏହାର କାରଣ ଫିଲ୍ମର ଅନ୍ତରେ ଅଧିକାଂଶ ସୁପରହିରୋ ମରି ଯାଇଛନ୍ତି । ଫିଲ୍ମ ଦର୍ଶକଙ୍କୁ ଏପରି ଏକ ସିଚୁଏସନରେ ଛାଡିଛି ଯାହାକୁ ଆପଣ କେବଳ କଳ୍ପନା କରି ପାରିବେ ଆଗକୁ କ’ଣ ହେବ । କିନ୍ତୁ ଏବେ ଖବର ଶୁଣିବାକୁ ମିଳୁଛି ଫିଲ୍ମର ଆଗାମୀ ପାର୍ଟରେ ଆଭେଞ୍ଜର୍ସ ପୁଣି ଜୀବିତ ହୋଇଯିବେ ଏବଂ ଭିଲେନ ଥାନୋସ ଠାରୁ ପ୍ରତିଶୋଧ ନେବେ ।

Avengers

ମାର୍ବଲ ଷ୍ଟୁଡିଓର ପ୍ରେସିଡେଣ୍ଟ କେବିନ ଫିଜ କହିଥିଲେ ଯେ ଫିଲ୍ମର ଆଗାମୀ ପାର୍ଟର ନାମର ଖୁଲାସା ଏବେ ହେବ ନାହିଁ । କିନ୍ତୁ ଏହାର ଆଗାମୀ ଫିଲ୍ମର ଟାଇଟଲ କ’ଣ ରହିବ ତାହା ବିଷୟରେ ଏବେ ଉଡନ୍ତା ଖବର ଶୁଣିବାକୁ ମିଳିଛି । କୁହାଯାଉଛି ଯେ ମାର୍ବଲ ଷ୍ଟୁଡିଓର ଆଗାମୀ ଫିଲ୍ମ ନାମ ହେଉଛି ‘ଆଭେଞ୍ଜର୍ସ: ଇନଫିନିଟି ଗାଣ୍ଟଲେଟ’ । ଏହା ସହିତ ଶୁଣିବାକୁ ମିଳିଛି ଯେ ପ୍ରଡକ୍ସନ ହାଉସ ଏହି ନାମ ନେଇ ଫିଲ୍ମର କାମ ଆରମ୍ଭ କରିଦେଇଛନ୍ତି ।

Avengers-1

କହିରଖୁଛୁ ଯେ ମାର୍ବଲ ଫିଲ୍ମ ଇତିହାସରେ ଏହା ପ୍ରଥମଥର ଦେଖିବାକୁ ମିଳିଛି ଯେଉଁଥିରେ ଭିଲେନ ସୁପରହିରୋଙ୍କ ଠାରୁ ଜିତି ଯାଇଛି । ଏହା ସହିତ ଫିଲ୍ମ ଅନେକ ପ୍ରଶ୍ନ ଛାଡି ଶେଷ ହୋଇଛି । ଆଶା କରାଯାଉଛି ଏହାର ଉତ୍ତର ଆଗାମୀ ଫିଲ୍ମରେ ମିଳିବ । ତେବେ ଦେଖିବାକୁ ବାକି ରହିଲା ଆଭେଞ୍ଜର୍ସର ଆଗାମୀ ପାର୍ଟ କେବେ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More