Only for Entertainment

‘ଆଭେଞ୍ଜର୍ସ ଏଣ୍ଡ ଗେମ’ର ଜଲୱା ! ପ୍ରଥମ ଦିନରେ ଏତେ କୋଟି ରହିଛି ବକ୍ସ ଅଫିସ କଲେକ୍ସନ

you tube
28

ପରଦାରେ ଦେଖିବାକୁ ମିଳିଛି ଆଭେଂଜର୍ସଙ୍କ ଜଲୱା । ସୁପରହିରୋଙ୍କ ଜବରଦସ୍ତ ଫାଇଟ୍ ପୁଣିଥରେ ଦର୍ଶକଙ୍କୁ କରିଛି ଭରପୁର ଏଂଟରଟେନ୍ । କାରଣ ରିଲିଜ୍ ହୋଇଛି ବହୁପ୍ରତିକ୍ଷୀତ ହଲିଉଡ୍ ଫିଲ୍ମ ଆଭେଂଜର୍ସ – ଦ ଏଣ୍ଡ ଗେମ୍ । ସିନେମାଟି ଭାରତୀୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିପାରିଛି । ଆଉ ଓପନିଂ ଡେ’ ରେ ଏହି ଫିଲ୍ମଟି ୫୩ କୋଟିର ବ୍ୟବସାୟ କରିଛି ।

ସିନେମାଟି ପ୍ରଥମ ଦିନରେ ରେକର୍ଡ ଉପରେ ରେକର୍ଡ ବନାଇବାରେ ଲାଗିଛି । ଭାରତରେ ପ୍ରଥମ ଦିନରେ ଏହି ଫିଲ୍ମଟି ୫୩ କୋଟି ରୋଜଗାର କରି ଏକ ରେକର୍ଡ ବନାଇଛି । ଆଉ ଭାରତୀୟ ଦର୍ଶକ ଭରପୁର ଉପଭୋଗ କରିଛନ୍ତି ଏହି ସିନେମାକୁ । ଜଣା ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇ ଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଥେନୋସର ଚୁଟକିରେ ବ୍ରହ୍ମାଣ୍ଡର ଅଧା ଜୀବିତ ବ୍ୟକ୍ତି ଧ୍ୱଂସ ପାଇଯାଇଛି । ଆଉ ପୃଥିବୀରେ ବାକି ରହିଥିବା ସୁପରହିରୋମାନେ ପ୍ରସ୍ତୁତ ହେଉଛନ୍ତି ଥେନୋସର ମୁକାବିଲା କରିବା ପାଇଁ । କାରଣ ଥେନୋସ୍ ପାଖରେ ବ୍ରହ୍ମାଣ୍ଡର ସମସ୍ତ ଅନନ୍ତ ମଣି ରହିଛି । ଫିଲ୍ମରେ ମାର୍ଭେଲ୍ର ପ୍ରତ୍ୟେକ ସୁପରହିରୋଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଥର୍, କ୍ୟାପଟେନ୍ ଆମେରିକା, ବ୍ଲାକ୍ ୱିଡୋ, ହକ୍ ଆ. ଆଇରନ୍ ମ୍ୟାନ୍, ଆଂଟମ୍ୟାନ୍, କ୍ୟାପଟେନ୍ ମାର୍ଭେଲ୍ ଆଦି ସୁପରହିରୋଙ୍କ ଭରପୁର ଆକ୍ସନ୍ ସିନେପ୍ରେମୀଙ୍କୁ ପସନ୍ଦ ଆସିଛି । ଆଗକୁ ଫିଲ୍ମର ବ୍ୟବସାୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More