Only for Entertainment

ରେକର୍ଡ ବ୍ରେକର ଆଭେଞ୍ଜର୍ସ ଏଣ୍ଡଗେମ ! ଦୁଇ ଦିନରେ ୧୦୦ କୋଟି କଲେକ୍ସନ

you tube
45

ମାବର୍ଲ ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ଆଭେଞ୍ଜର୍ସ ଏଣ୍ଡଗେମ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ଭାରତୀୟ ବକ୍ସ ଅଫିସରେ ୩ ଦିନରେ ୧୦୦ କୋଟି ବ୍ୟବସାୟ କରିବାର ରେକର୍ଡ ବାହୁବଳୀ ନାମରେ ଥିଲା । ମାତ୍ର ଏବେ ଏହି ରେକର୍ଡକୁ ଭାଙ୍ଗି ଆଭେଞ୍ଜର୍ସ ଏଣ୍ଡଗେମ ଦୁଇ ଦିନରେ ୧୦୦ କୋଟି ଆୟ କରିଛି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ବକ୍ସ ଅଫିସ କଲେକ୍ସନ ସେୟାର କରି ଲେଖିଥିଲେ, ଫିଲ୍ମ ଦୁଇ ଦିନରେ ୧୦୦ କୋଟି ପାର କରି ସାରିଛି । ପ୍ରଥମ ୱିକେଣ୍ଡରେ ଫିଲ୍ମ ୧୫୦ କୋଟି ଆୟ କରିବାରେ ସଫଳ ମଧ୍ୟ ହେବ । ଫିଲ୍ମ ଶୁକ୍ରବାର ୫୩.୧୦ କେଟି , ଶନିବାର ୫୧.୪୦ କୋଟି ଆୟ କରି ଟୋଟାଲ କଲେକ୍ସନ ୧୦୪.୫୦ରେ ପହଁଚିଛି । ଏହା ସହିତ ଫିଲ୍ମର ଗ୍ରସ ବକ୍ସ ଅଫିସ କଲେକ୍ସନ ୧୨୪.୪୦ କୋଟି । ଭାରତୀୟ ବକ୍ସ ଅଫିସରେ କୌଣସି ଫିଲ୍ମ ଏହି ରେକର୍ଡ କରିନାହିଁ ।

କହିରଖୁଛୁ ଯେ, ଭାରତୀୟ ବକ୍ସ ଅଫିସରେ ଓପନିଂ ଡେ’ରେ ସବୁଠାରୁ ଅଧିକ ଆୟର ରେକର୍ଡ ଆମୀର ଖାନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ନାମ ରେ ଥିଲା । ଏହି ଫିଲ୍ମ ପ୍ରଥମ ଦିନରେ ୫୨.୨୫ କୋଟି ଆୟ କରିଥିଲା । କିନ୍ତୁ ଭାରତୀୟ ଫ୍ୟାନ୍ସଙ୍କ ଉପରେ ଆଭେଞ୍ଜର୍ସ ଏଣ୍ଡଗେମର ଫିବର ଏହି ରେକଲର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More