Only for Entertainment

ଆଭେଜଂର୍ସ ଫିଲ୍ମ ପ୍ରମୋଶନ ପାଇଁ ଆସିଥିବା ଜୋଏ ରୁସୋଙ୍କୁ ଭାରତରେ ପରଷା ଗଲା ବିଶାଳ ଥାଳି !

50

ଫିଲ୍ମ ଆଭେଜଂର୍ସର ନିର୍ଦ୍ଦେଶକ ଜୋଏ ରୁସୋ ନିଜ ଆଗାମୀ ମାର୍ବଲ ଫିଲ୍ମକୁ ପ୍ରମୋଟ କରିବା ଲାଗି ଭାରତରେ ଅଛନ୍ତି ଏବଂ ସମ୍ପର୍ଣ୍ଣ ଭାବେ ମୁମ୍ବାଇ ବିଷୟରେ ଅନେକ କିଛି ଜାଣୁଛନ୍ତି । ଜୋଏ ରୁସୋ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ ଯେଉଁ ସମୟରେ ତାଙ୍କୁ ବିଶାଳ ଭାରତୀୟ ଭୋଜନ ଥାଳି ପରଷା ଗଲା ।ଏହି ଭୋଜନ ପାରମ୍ପରିକ ଥାଳି ତାଙ୍କୁ ପାପରାଜି ଦ୍ୱାରା ଶାନଦାର ଭୋଜନ ରୂପରେ ପରିବେଶଣ କରାଗଲା । ଯେତେବେଳେ ଜୋଏ ଖାଇବା ପାଇଁ ବସିଥିଲେ ସେ ଏକ ପାରମ୍ପରିକ ଲାଭେଣ୍ଡର କୁର୍ତ୍ତା ପିନ୍ଧିଥିଲେ ଏହାସହ ମ୍ୟାଚିଂ ଷ୍ଟଲ ମଧ୍ୟ ।

ପାରମ୍ପରିକ ଭାରତୀୟ ଥାଳି କେବଳ ଏକ ସାଧାରଣ ଥାଳି ନୁହେଁ ବରଂ ଏହା ଜୋଏ ରୁସୋଙ୍କ ପାଇଁ ଏହି ଥାଳି ବିଶେଷ ରୁପେ ବନା ଯାଇଥିଲା, କାରଣ ଏହା ‘ଏ’ ଆକାରରେ ବନାଯାଇଥିଲା ଯାହା ତାଙ୍କ ଫିଲ୍ମ ଆଭେଜଂର୍ସର ଚିହ୍ନ ଅଟେ । ଏହି ଥାଳିରେ ୧୬ଟି ସ୍ୱାଦିଷ୍ଟ ବ୍ୟଂଜନ ରଖାଯାଇଥିଲା ।

 

View this post on Instagram

 

#AvengersEndgame director #joerusso today enjoying desi thali @marvel_india

A post shared by Viral Bhayani (@viralbhayani) on

ଏଠାରେ ଆମେ କହି ରଖୁଛୁ ଯେ ମାର୍ବଲ ଷ୍ଟୁଡିଓର ଫିଲ୍ମ ‘ ଆଭେଜଂର୍ସ ଏଣ୍ଡ ଗେମ’ର ଅପେକ୍ଷା ସାରା ଦୁନିଆ କରିଛି । ଆଭେଂଜର୍ସ ସିରିଜର ଏହା ଶେଷ ଫିଲ୍ମ ଅଟେ । କିଛି ଦିନ ହେବ ଫିଲ୍ମ ର ପ୍ରମୋଶନ ପାଇଁ ନିର୍ଦ୍ଦେଶକ ଜୋଏ ରୁସୋ ମୁମ୍ବାଇରେ ଅଛନ୍ତି । ସେ ଆଜି ଏସିଆରେ ଫିଲ୍ମର ପ୍ରଚାର ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More