Only for Entertainment

ଆଭେଞ୍ଜର୍ସ ଦେଖି ହସ୍ପିଟାଲରେ ଭର୍ତ୍ତି ହେଲେ ମାର୍ବଲଙ୍କ ଫ୍ୟାନ ।

aajtak
32

ରିଲିଜ ହୋଇ ସାରିଛି ବହୁ ପ୍ରତିକ୍ଷୀତ ହଲିଉଡ ଫିଲ୍ମ ଆଭେଞର୍ସ ଏଣ୍ଡଗେମ । ଫିଲ୍ମ ଲଗାତାର ବକ୍ସ ଅଫିସରେ ରେକର୍ଡ଼ କରି ଚାଲିଛି । ମାର୍ବଲ ସୁପରହିରୋଜଙ୍କ ଫିଲ୍ମକୁ ନେଇ ଫ୍ୟାନ୍ସ ଖୁବ ଇମୋଶନାଲ ହୋଇ ଯାଇଛନ୍ତି । ଚୀନରେ ଏହି ଫିଲ୍ମକୁ ଦେଖିବା ସମୟରେ ଜଣେ ଫ୍ୟାନ ଏତେ ଭାବବିହ୍ୱଳ ହୋଇଗଲେଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । ରିପୋର୍ଟ ଅନୁସାରେ ଫ୍ୟାନ୍ସ ଜଣକ ହାଇପରଭେଂଟିଲେସନ ସ୍ଥିତିରେ ପହଂଚି ଯାଇଥିଲେ ।

ଏକ ମିଡିଆ ରିପୋର୍ଟ ଅନୁସାରେ ସେ ଏତେ କାନ୍ଦିଲେଯେ ତାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଅକ୍ସିଜେନ ଦିଆଗଲା ।

ପିଙ୍କବିଲାର ରିପୋର୍ଟ ଅନୁସାରେ ଯୁଆନ ଲିୟାନ ନାମକ ଡାକ୍ତରଙ୍କ କହିବା ଅନୁସାରେ ଯୁବକଙ୍କୁ କିଭଳି ନିଃଶ୍ୱାସ ନେବାରେ ସମସ୍ୟା ହେଉଥିଲା ସେ ନିଜେ ତାହା ଦେଖିଛନ୍ତି । ଯୁବକଙ୍କ ସାଙ୍ଗମାନଙ୍କ କହିବା ଅନୁସାରେ ଅଧିକ କାନ୍ଦିବା ଦ୍ୱାରା ଏଭଳି ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More