Only for Entertainment

ଆଭେଂଜର୍ସ ଫିଲ୍ମ ବ୍ୟବସାୟ ଭାଙ୍ଗିବ ସବୁ ରେକର୍ଡ, ପ୍ରଥମ ଦିନରୁ ହିଁ କରିବ ଏତେ କୋଟି ବ୍ୟବସାୟ !

28

ମାର୍ବଲ ଷ୍ଟୁଡିଓ ଫିଲ୍ମ ଆଭେଂଜର୍ସ ଏଣ୍ଡଗେମ ଆଜି ତଥା ୨୬ଅପ୍ରେଲରେ ସିନେମାଘରେ ରିଲିଜ ହୋଇଛି । ଫିଲ୍ମକୁ ନେଇ ଲୋକଙ୍କ ମନରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଥିଲା । ଅନୁମାନ ହେଉଛି ଯେ ହଲିଉଡ ଫିଲ୍ମ ପାଇଁ ବଲିଉଡ ଫିଲ୍ମ କଳଙ୍କ ବ୍ୟବସାୟରେ ବ୍ରେକ ଲାଗିପାରେ । ସେହିଭଳି ଆଭେଂଜର୍ସକୁ ନେଇ ଟ୍ରେଡ ପଣ୍ଡିତମାନେ ଏଭଳି ଅନୁମାନ ଲଗାଇଛନ୍ତି ଯେ ସବୁ ଫିଲ୍ମ ବ୍ୟବସାୟର ଏବେ ପର୍ଯ୍ୟନ୍ତ ଥିବା ରେକର୍ଡକୁ ଏହି ଫିଲ୍ମ ଭାଙ୍ଗି ପାରେ । ଟ୍ରେଡ ଆନାଲିଷ୍ଟ ଗିରୀଶ ଜୋହର ଏଭଳି ମତ ଦେଇଛନ୍ତି ଯେ ହଲିଉଡ ଫିଲ୍ମ ଆଭେଂଜର୍ସ ଏଣ୍ଡଗେମ ଓପନିଂ ୫୦କୋଟି ଟଙ୍କା ବ୍ୟବସାୟ କରିପାରେ ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ପାଇଁ ଆଗରୁ ଟିକେଟ ବୁକିଂ ହୋଇଯାଇଥିଲା ଯାହାକୁ ଖୁବ ଭଲ ରେସପନ୍ସ ମିଳିଥିଲା । ଫିଲ୍ମ ୨୪ଘଂଟା ମଧ୍ୟରେ ୧ମିଲିଅନରୁ ଅଧିକ ଟିକେଟ ବିକ୍ରି କରିଛି । ଫିଲ୍ମର ପ୍ରଥମ ଶୋ ସକାଳ ୩ଟାରେ ରିଲିଜ ହୋଇଥିଲା । ଖାସ କଥା ହେଉଛି ଲୋକମାନେ ଫିଲ୍ମ ଦେଖିବାକୁ ସକାଳୁ ପହଂଚି ଯାଇଥିଲେ । ଅନୁମାନ ଲଗାଯାଉଛି ଯେ ଫିଲ୍ମକୁ ୱିକେଣ୍ଡରେ ଜବରଦସ୍ତ ରେସପନ୍ସ ମିଳିବ ଏବଂ ଖୁବ ଭଲ ବ୍ୟବସାୟ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More