Only for Entertainment

‘ଆଭେଞ୍ଜର୍ସ ଏଣ୍ଡଗେମ’ର ଏହି ଭିଡିଓ କ୍ଲିପରୁ ଖୋଲିପାରେ ଫିଲ୍ମର ରାଜ, ଦେଖନ୍ତୁ ଭିଡିଓ

DNA India
24

‘ଆଭେଞ୍ଜର୍ସ ଏଣ୍ଡଗେମ’ ୨୬ ଏପ୍ରିଲରେ ରିଲିଜ ହେବାକୁ ଥିବା ବେଳେ ଏହା ପୂର୍ବରୁ ମେକର୍ସ ସିନେମା କାର୍ନ ଇଭେଣ୍ଟରେ ଫିଲ୍ମର ଆରମ୍ଭରୁ ୧୦ ମିନିଟର ସ୍କ୍ରିନିଂ କରିଥିଲେ । ଏହା ପରେ ମାର୍ବଲ ଷ୍ଟୁଡିଓ ଏହି ଭିଡିଓ କ୍ଲିପକୁ ନିଜ ଅଫିସିଆଲ ୟୁଟ୍ୟୁବ ଚ୍ୟାଲେଲରେ ସେୟାର କରିଛନ୍ତି ।

ଏହି ଭିଡିଓ କ୍ଲିପକୁ ଦେଖିବା ପରେ ଆପଣଙ୍କର ଫିଲ୍ମରୁ ନେଇ ଆହୁରି ଜିଜ୍ଞାସା ବଢି ଯିବ । ଭିଡିଓରେ ଦେଖିବାକୁ ମିଳିଛି ଯେ ଫିଲ୍ମର ସମସ୍ତ ସୁପରହିରୋ ଗୋଟିଏ ରୁମରେ ପ୍ଲାନ କରୁଛନ୍ତି ଯେ ବାକି ସପୁରହିରୋଜଙ୍କୁ କିପରି ଫେରାଇ ଆଣିବେ ।

ଭିଡିଓରେ କ୍ୟାପଟେନ ମାର୍ବଲ କହୁଛନ୍ତି ଯେ ଆମେ ଥାନୋସ ଠାରୁ ଇନଫିନିଟି ଷ୍ଟୋନ ହାସିଲ କରି ସମସ୍ତ ସୁପରହିରୋଙ୍କୁ ଜୀବିତ କରିବାକୁ ପଡିବ । ଏହାକୁ ନେଇ ବ୍ରୁସ ବୟାନର କହୁଛନ୍ତି ଆମ ସଂଖ୍ୟା ଖୁବ କମ । ବ୍ଲାକ ୱିଡୋ କହୁଛନ୍ତି ସମସ୍ତ ସହିଦଙ୍କୁ ଫେରାଇ ଆଣିବା ପାଇଁ ଆମକୁ ଚେଷ୍ଟା କରିବାକୁ ପଡିବ । ଏହାକୁ ନେଇ ବ୍ରୁସ କହୁଛନ୍ତି କ’ଣ ଗ୍ୟାରେଣ୍ଟି ଅଛି ଆମେ ଜିତି ଯିବା ବୋଲି । କିନ୍ତୁ କ୍ୟାପଟେନ ମାର୍ବଲ କହୁଛନ୍ତି ଏଥର ମୁଁ ତୁମ ସହିତ ଅଛି । ବ୍ରୁସ ଏହାକୁ ନେଇ କୁହନ୍ତି ଏହି ରୁମରେ ଥିବା ସମସ୍ତ ଲୋକ ସପରହିରୋ ଅଟନ୍ତି , ଏପର୍ଯ୍ୟନ୍ତ ସେମାନେ କେଉଁଠି ଥିଲେ ? କ୍ୟାପଟେନ ମାର୍ବଲ ଏହାର ଉତ୍ତର ଦେଇ କୁହନ୍ତି ବ୍ରହ୍ମାଣ୍ଡରେ ଅନେକ ଗ୍ରହ ଅଛି କିନ୍ତୁ ଅବଶୋଷର ବିଷୟ ତାଙ୍କ ପାଖରେ ଆପଣ ମାନେ ନଥିଲେ ।

ମାର୍ବଲର ଆଗାମୀ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ’ର କାହଣୀ ସେହିଠାରୁ ଆରମ୍ଭ ହେବ ଯେଉଁଠି ‘ଆଭେଞ୍ଜର୍ସ ଇନଫିନିଟି’ର କାହଣୀ ଶେଷ ହୋଇଥିଲା । ଫିଲ୍ମରେ ଥାନୋସ ଅଧା ସୁପରହିରୋଙ୍କୁ ମାରି ଦେଇଥିବା ବେଳେ ଏବେ ଆଗକୁ କ’ଣ ହେବ ତାହାକୁ ଦର୍ଶକ ଆପେକ୍ଷା କରି ରହିଛନ୍ତି । ଏବଂ ଏହାର ଉତ୍ତର ୨୬ ଏପ୍ରିଲରେ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More