Only for Entertainment

‘ଖତରୋଁ କେ ଖିଲାଡ଼ୀ ୯’ରେ ନଜର ଆସିବେ ଟିଭିର ‘ଆନନ୍ଦୀ’ ।

news18
0 33

ବାଳିକା ବଧୂର ଫେମ ଆକ୍ଟ୍ରେସ ଅବିକା ଗୌର ରିଆଲିଟି ଶୋ ଖତରୋଁ କେ ଖିଲାଡ଼ୀ ସୀଜନ ୯ରେ ନଜର ଆସିବେ । ଷ୍ଟଂଟ ରିଆଲିଟି ଶୋରେ ଭାଗ ନେବା କଥା ସେ ନିଜେ କହିଛନ୍ତି । ତେବେ ଶୋ’ର ଶେଷ ସିଜନ ଖୁବ ହିଟ ହୋଇଥିଲା ଏବଂ ଏହି ସିଜନକୁ ମଧ୍ୟ ରୋହିତ ସେଟ୍ଟୀ ହୋଷ୍ଟ କରିବେ ।

ଅବିକାଙ୍କ ବ୍ୟତୀତ ଏହି ଶୋ’ରେ ସାମିଲ ହେବାକୁ ଥିବା କଳାକାରଙ୍କ ମଧ୍ୟରେ ଜୈନ ଇମାମ,କରଣ ପଟେଲ,ଶମିତା ସେଟ୍ଟୀ ଓ ଦେବୋଲିନା ଭଟାଚାର୍ଜୀଙ୍କ ନା ମଧ୍ୟ ଆସିଛି ।

ଅବିକା ଏହା ପୂର୍ବରୁ ବାଳିକା ବଧୂ,ସସୁରାଲ ସିମର କା ଏବଂ ଲାଡୋ ଟୁରେ ନଜର ଆସି ସାରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଅବିକାଙ୍କୁ ଏହି ଅଫର ଆସିଥିଲା । କିନ୍ତୁ ସସୁରାଲ ସିମର କା ସୁଟିଂ ଏବଂ ସାଉଥର କିଛି ସୁଟିଂ କାରଣରୁ ସେ ଏହାକୁ ମନା କରି ଦେଇଥିଲେ । କିନ୍ତୁ ଏହିଥର ଶୋ’ରେ ଯୋଗ ଦେବା ତାଙ୍କୁ ସମ୍ଭ ଲାଗିଲା ତେଣୁ ସେ ରାଜି ହୋଇଛନ୍ତି । ନିୟା ଶର୍ମାଙ୍କ ଭଳି ସେ ମଧ୍ୟ ଜଣେ ଆଡଭେଂଚର ଜକି ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More