Only for Entertainment

ଚାଇନିଜ ଫୁଡ ଖାଉଛନ୍ତିକି ହୋଇପାରନ୍ତି ଏହି ରୋଗର ଶୀକାର ।

berwickbootcamps.com
0 42

ଆଜିକାଲି ଅଧିକାଂଶ ଲୋକ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଚଟ୍ ପଟି ଖାଦ୍ୟ ବିଶେଷ କରି ଚାଇନିଜ୍ ଫୁଡ୍ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ଶରୀର ପାଇଁ କେତେ ଯେ କ୍ଷତିକାରଣ ହୋଇଥାଏ ତାହା ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ । ଚାଇନିଜ୍ ଫୁଡ୍ ରେ ସାଧାରଣତଃ ଫ୍ୟାଟ୍ ବଢାଇବା ମାତ୍ରା ଅଧିକ ପରିମାଣରେ ମିଶିଥାଏ । ଆଉ ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।
ଏହା ଦ୍ୱାରା ଆପଣଙ୍କ ଶରୀରରେ ଅଚାନକ୍ ମାଂସପେଶୀ ବଢିବାରେ ଲାଗିଥାଏ । ଯାହା ମୋନୋସୋଡିୟମ୍ ଗ୍ଲୁଟାମେଟ ବା ଏମଏସଜି ନାମରେ ଜଣାଶୁଣା । ଏଥିରେ ବହୁ ମାତ୍ରାରେ ସୋଡିୟମର ପରିମାଣରେ ମିଶିକରି ଥାଏ । ତେବେ ଆସନ୍ତୁ ଜାଣିବା ଏଭଳି ଖାଦ୍ୟ ଖାଇବାଦ୍ୱାରା ଆପଣଙ୍କ ଶରୀର ଉପରେ ଏହା କିଭଳି ପ୍ରଭାବ ପକାଇଥାଏ ?
• ଯଦି ଆପଣ ଏମଏସଜିର ଶିକାର ହୋଇଛନ୍ତି ତେବେ ତାହା କେବେ ଭଲ ହୋଇ ନଥାଏ । ଯାହା ପ୍ରଭାବରେ ଆପଣଙ୍କୁ ବାରମ୍ବାର ଭୋକ ମଧ୍ୟ ଲାଗିଥାଏ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କର ଶିରାପ୍ରଶିରା ଅଧିକ ମାତ୍ରାରେ ଉତ୍ତେଜିତ ହୋଇଯାଇଥାଏ । ଯାହାଫଳରେ ମୁଣ୍ଡ ବ୍ୟଥା ଓ ବ୍ୟବହାରରେ ପରିବର୍ତ୍ତନ ଆଦି ସମସ୍ୟା ଆଦି ଦେଖାଦେଇଥାଏ ।
• ଚାଇନିଜ୍ ଫୁଡରେ ଫିଟୋଏଷ୍ଟ୍ରୋଗେନ’ର ପରିମାଣ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହା ଯୋଗୁଁ ବ୍ରେଷ୍ଟ କ୍ୟାନସର,ନପୁଂସକତା, ସେକ୍ସ ଇଚ୍ଛାରେ ହ୍ରାସ ପାଇବା ଆଦି ବହୁ ବଡ ବଡ ସମସ୍ୟା ଦେଖାଦେଇଥାଏ ।
• ଚାଇନିଜ୍ ଫୁଡ୍ ଖାଇବାଦ୍ୱାରା ବ୍ଲଡ୍ ପ୍ରେସର ଭଳି ସମସ୍ୟା ଦେଖାଦେଇଥାଏ । ଏଥିରେ ସୋଡିୟମ ଗ୍ଲୁଟାମେଟ’ର ମାତ୍ରା ଅଧିକ ଥିବା ହେତୁ ଆପଣ ଉଚ୍ଚ ରକ୍ତଚାପର ଶିକାର ମଧ୍ୟ ହୋଇପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More