Only for Entertainment

ଅଧିକ ଆୟୁଷ ଚାହୁଁଥିଲେ ଖାଆନ୍ତୁ ନାହିଁ ଏଭଳି ଖାଦ୍ୟ

news.europawire.eu
74

ଯଦି ଆପଣ ଦୀର୍ଘାୟୁ ହେବାକୁ ଚାହାଁନ୍ତି ତେବେ ଆପଣଙ୍କ ଡାଇଟରେ କାର୍ବୋହାଇଡ୍ରେଟର ମାତ୍ରା କମ କରିଦିଅନ୍ତୁ । କାରଣ ଖାଦ୍ୟରେ ଆବଶ୍ୟକତା ଠାରୁ ଅଧିକ କାର୍ବୋହାଇଡ୍ରେଟ ନେଉଥିବା ଲୋକଙ୍କ ପାଇଁ ମୃତ୍ୟୁର ଆଶଙ୍କା ଅଧିକ ବଢିଯାଏ । ନିକଟରେ ହୋଇଥିବା ଏକ ଷ୍ଟଡିର ରିପୋର୍ଟରେ ଏଭଳି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ଷ୍ଟଡିର ରିପୋର୍ଟରେ କୁହାଯାଇଛିଯେ କାର୍ବୋହାଇଡ୍ରେଟରେ ୪୦ ପ୍ରତିଶତରୁ କମ ବା ୭୦ ପ୍ରତିଶତରୁ ଅଧିକ ଶକ୍ତି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବିପଦ ବଢିଥାଏ । କିନ୍ତୁ ୫୦ ରୁ ୫୫ ପ୍ରତିଶତ ପାଉଥିବା ଲୋକଙ୍କ ପାଇଁ ଖୁବଶୀଘ୍ର ମୃତ୍ୟୁର କମ ହୋଇଯାଏ ।

ଷ୍ଟଡିର ସହ ଲେଖକ ବା ବୋଷ୍ଟନ ସ୍ଥିତ ଟି.ଏଚ.ଚେନ ସ୍କୁଲ ଅଫ ପବ୍ଲିକ ହେଲଥରେ ପ୍ରୋଫେସର ୱାଲ୍ଟର ବିଲେଟ କହିଛନ୍ତି ଏଥିରେ ବିଭିନ୍ନ କଥା ସାମିଲ ଅଛି ଯାହା ଏବେ ମଧ୍ୟ ବିବାଦରେ । ଖୁବ ଅଧିକ ଏବଂ ଖୁବ କମ କାର୍ବୋହାଇଡ୍ରେଟ ନେବା ଦ୍ୱାରା ଆଶଙ୍କା ବଢିପାରେ । ଏହି ଷ୍ଟଡି ଲାଂସେଟ ପବ୍ଲିକ ହେଲଥ ଜର୍ନାଲରେ ପ୍ରକାଶିତ ହୋଇଛି । ଏଥିରେ ୧୫୪୨୮ ଜଣଙ୍କୁ ସାମିଲ କରାଯାଇଥିଲା, ଯେଉଁଥିରେ ୪୫ରୁ ୬୪ ବର୍ଷୀୟ ବ୍ୟକ୍ତି ସାମିଲ ଥିଲେ । ପୁରୁଷ ପ୍ରତିଦିନ ୪୨୦ରୁ ୬୦୦ ଏବଂ ମହିଳା ୫୦୦ରୁ ୩୦୦୦ କିଲୋ କ୍ୟାଲୋରୀ ଶକ୍ତି ଗ୍ରହଣ କରୁଛନ୍ତି । ତେବେ ଏହା ଷ୍ଟଡିରୁ ଜଣାପଡ଼ିଛିଯେ କମ କାର୍ବୋହାଇଡ୍ରେଟ ନେଉଥିବା ବ୍ୟକ୍ତିଙ୍କ ଆୟୁଷ ଅଧିକ କାର୍ବୋହାଇଡ୍ରେଟ ନେଉଥିବା ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More