Only for Entertainment

ପରୀକ୍ଷା ପାଇଁ ଚିନ୍ତିତ ନ ହୋଇ କରନ୍ତୁ ଏହି ଉପାୟ । ଫଳାଫଳ ଭଲ ଆସିବ ।

ndtv
0 42

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ସମୟ ଆରମ୍ଭ ହୋଇଯାଇଛି । ଛାତ୍ରଙ୍କ ଚିନ୍ତା ଦୂର କରିବା ଏବଂ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି କରିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କିଛି ଟିପ୍ସ ଦେଇଛନ୍ତି ।

କେବିଏସିର ଅତିରିକ୍ତ କମିଶନର ୟୁଏନ ଖବାରେ ଛାତ୍ରଙ୍କୁ ଏକ ପତ୍ର ଲେଖିଛନ୍ତି । ସେଥିରେ ସେ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି ଏବଂ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ଦେଇଛନ୍ତି ।

ପତ୍ରରେ ସେ ଲେଖିଛନ୍ତିଯେ ସମୟ ପ୍ରତି ଧ୍ୟାନ ଦେବା ଉଚିତ । ପରୀକ୍ଷା ଚିନ୍ତା ସ୍ୱଭାବିକ ଘଟଣା କିନ୍ତୁ ଅସ୍ତବ୍ୟସ୍ତ ହେବାପାଇଁ ସେ ମନା କରିଛନ୍ତି । ସକରାତ୍ମକ ଚିନ୍ତାଧାରା ରଖିବା ଏବଂ ଖୁସିରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଚିନ୍ତା ଦୂର କରିବା ପାଇଁ ସେ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବ ବର୍ଷର ପ୍ରଶ୍ନକୁ ଅଭ୍ୟାସ କରିବା ଏବଂ ଭୁଲକୁ ମଧ୍ୟ ସୁଧାର କରିବା କଥା ସେ ଲେଖିଛନ୍ତି । ଏହା ସହିତ ଲେଖାଶୈଳୀ ପ୍ରତି ଧ୍ୟାନ ରଖିବା କଥା ମଧ୍ୟ ସେ ଲେଖିଛନ୍ତି ।

ଏହା ବ୍ୟତୀତ ସେ ଲେଖିଥିବା ଟିପ୍ସ ଗୁଡ଼ିକ ହେଉଛି-
ପରୀକ୍ଷା ପୂର୍ବରୁ କିଛି ନୂଆ ପଢିବା ଅନୁଚିତ ।
ମନେ ରଖିବା କ୍ଷମତାକୁ ଯାଂଚ କରନ୍ତୁ ।
ସହଜ ଭାଷାରେ ନୋଟ ପ୍ରସ୍ତୁତ କରନ୍ତୁ ।
ପଢା ପାଇଁ ଟାଇମ ଟେବଲ ତିଆରି କରନ୍ତୁ ।
ଲେଖାରେ ସୁଧାର ଆଣନ୍ତୁ ।
୩ ଘଂଟାରେ ପୁରୁଣା ପ୍ରଶ୍ନର ଉତ୍ତର ଦେବାକୁ ଅଭ୍ୟାସ କରନ୍ତୁ ।
ମକ ଟେଷ୍ଟ କରି ନିଜେ ମୂଲ୍ୟାଙ୍କନ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More