Only for Entertainment

ଘରେ ଝିଟିପିଟକୁ ନେଇ ସମସ୍ୟା ସୃଷ୍ଟି ହେଉଛି କି,ଚିନ୍ତା ନ କରି ଆପଣାନ୍ତୁ ଏହି ସରଳ ଉପାୟ ।

kanaknews
0 24

ଝିଟିପିଟିକୁ ନେଇ ସମସ୍ତଙ୍କ ଘରେ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଏହା ଏକ ସାଧାରଣ କଥା । ତେଣୁ କେହି କେହି ଏହାକୁ ନେଇ ବ୍ୟସ୍ତ ବିବ୍ରତ ହୋଇଯାଆନ୍ତି । ଆପଣ ଯଦି ସେହିଭଳି ଝିଟିପିଟକୁ ନେଇ ଚିନ୍ତିତ ହେଉଛନ୍ତି ତେବେ ଆପଣାନ୍ତୁ ଏହି ସରଳ ଘରୋଇ ଉପଚାର । ଯାହା ଦ୍ୱାରା ଝିଟିପିଟି ସମସ୍ୟାରୁ ମୁକ୍ତି ମିଳିବ ।

 

ଘରେ ଝିଟିପିଟି ଆତଙ୍କ ମଚାଉଛନ୍ତି କି? ହସନ୍ତୁ ନାହିଁ ଏହି ଅସୁବିଧା ଖାଲି ଆପଣଙ୍କର ନୁହଁ ସମସ୍ତଙ୍କ ଘରେ ଦେଖାଯାଉଛି । ତେବେ ଏହି ଝିଟିପିଟି ତ ସବୁ ଋତୁରେ ଦେଖାଯାନ୍ତି କିନ୍ତୁ ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ସହି ନ ପାରି ଏମାନେ ବାହାରକୁ ବାହାରି ଆସନ୍ତି ଏବଂ ଏ ଘରକୁ ସେ ଘର ଘୁରି ବୁଲନ୍ତି । ତେବେ କିଛି ଘରୋଇ ଉପାୟ ଆପଣାଇଲେ ଏହି ଅସୁବିଧାରୁୁ ମୁକ୍ତି ମିଳିପାରିବ ।

 

୧. ସର୍ବପ୍ରଥମେ ଏକ ବୋତଲରେ ପିଆଜ ଏବଂ ରସୁଣର ରସ ନେଇଯାଆନ୍ତୁ । ବର୍ତ୍ତମାନ ଏହି ବୋତଲରେ ଅଳ୍ପ ପାଣି ମିଶାଇ ଏହାକୁ କିଛି ସମୟ ପାଇଁ ରଖନ୍ତୁ । ଏବେ ଏହି ପାଣିକୁ ଭଲରେ ହଲାଇ ଝିଟିପିଟି ଆସୁଥିବା ସ୍ଥାନରେ ସ୍ପ୍ରେ କରିନିଅନ୍ତୁ ଯାହାଦ୍ୱାରା ଝିଟିପିଟି ସେହି ସ୍ଥାନକୁ ପୁନର୍ବାର ଆସିବେ ନାହିଁ ।

 

୨. ଏହାଛଡା ଘରର ଯେଉଁ ସ୍ଥାନରେ ଅଧିକ ଝିଟିପିଟି ଦେଖାଯାଆନ୍ତି ସେହିଠାରେ ରସୁଣର ଗୋଟିଏ ପାଖୁଡାକୁ ରଖି ଦିଅନ୍ତୁ ଆଉ ଝିଟିପିଟି ଆସିବେ ନାହିଁ ।

 

୩. ପିଆଜକୁ କାଟି ଏହାକୁ ଏକ କପଡାରେ ବାନ୍ଧି ଘରର କୋଣରେ ରଖିବା କିମ୍ବା ଲଟକାଇବା ଦ୍ୱାରା ମଧ୍ୟ ଝିଟିପିଟି ଘରେ ପ୍ରବେଶ କରନ୍ତି ନାହିଁ ।

 

୪. ଗୋଲମରିଚକୁ ମଧ୍ୟ ଆପଣ ଏଥିପାଇଁ ବ୍ୟବହାର କରିପାରିବେ । ପ୍ରଥମେ ଗୋଲମରିଚ ଗୁଣ୍ଡକୁ ଏକ ବୋତଲରେ ପାଣି ସହ ଭର୍ତ୍ତି କରି ରଖନ୍ତୁ । ମଝିରେ ମଝିରେ ଏହି ସ୍ପ୍ରେ’ କୁ ଘରସାରା ପକାଇ ଦିଅନ୍ତୁ । ଦେଖିବେ ଘରେ ଝିଟିପିଟିଙ୍କ ପ୍ରାଦୁର୍ଭାବ କମିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More