Only for Entertainment

ଫେସିଅଲ ପରେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ, ଚେହେରା ହୋଇପାରେ ଖରାପ

locanto
0 104

ସୁନ୍ଦର ହେବାପାଇଁ କିଏ ବା ନ ଚାହେଁ । କେହି କେହି ଘରୋଇ ଉପଚାରକୁ ଆପଣାଇଥାନ୍ତି ତ ଆଉ କେହି ପାର୍ଲର ଯିବାକୁ ଭଲପାଆନ୍ତି । ଘରେ ପାର୍ଟି ହେଉ କିମ୍ବା ବାହାରେ, ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କିଛି କିଛି ପ୍ରୟାସ ଜାରି ରଖିଥାନ୍ତି । ଅଧିକାଂଶ ମହିଳା ପାର୍ଲର ଯିବାକୁ ଭଲପାଆନ୍ତି । କିନ୍ତୁ ସାମାନ୍ୟ ଭୁଲ ଚେହେରାକୁ ହୁଏତ କ୍ଷତି ପହଂଚାଇପାରେ । ତେବେ ସେ ସବୁ ପ୍ରତି ଦୃଷ୍ଟି ଦେବା ନିହାତି ଦରକାର ।

ଫେସିଅଲ କରିବାପରେ ମେକଅପ ଠାରୁ ଦୂରେଇ ରହିବା ଦରକାର । ଫେସିଆଲ କରିବାପରେ ତ୍ୱଚାର ଛିଦ୍ର ସବୁ ଖୋଲି ଯାଇଥାଏ । ଯଦି ଫେସିଅଲ ପରେ ମେକଅପ କରାଯାଏ ତେବେ ସେଥିରେ ଥିବା କେମିକଲ ଚର୍ମ ଭିତରକୁ ପ୍ରବେଶ କରିଥାଏ । ଯାହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଫେସିଅଲ କରିବା ପରେ ଅତି କମରେ ୭୨ ଘଂଟା ପର୍ଯ୍ୟନ୍ତ ମେକଅପ ଠାରୁ ଦୂରେଇ ରହିବା ଦରକାର ।

ଫେସିଅଲ କରିବାର ୪ ଘଂଟା ପର୍ଯ୍ୟନ୍ତ ମୁହଁକୁ ଧୁଅନ୍ତୁ ନାହିଁ । ମୁହଁ ଯଦି ରୂଖା ଲାଗେ ତେବେ ମିଷ୍ଟ ବ୍ୟବହାର କରନ୍ତୁ । ଯଦି ଅଧିକ ତେଲିଆ ଅନୁଭବ ହୁଏ ତେବେ ମୁହଁକୁ ଧୋଇ ଦିଅନ୍ତୁ । ଯଦି ଫେସିଅଲ ଏବଂ ଥ୍ରେଡିଙ୍ଗ ଏକା ସହିତ କରୁଛନ୍ତି ତେବେ ପ୍ରଥମେ ଥ୍ରେଡିଙ୍ଗ କରିବା ଦରକାର । କାରଣ ଥ୍ରେଡିଙ୍ଗ ସମୟରେ ଅଧ୍କ କଷ୍ଟ ହୋଇଥାଏ । ତେବେ ଫେସିଅଲ ପରେ ମସାଜ କଲେ ସେହି ସ୍ଥାନକୁ ଆରାମ ମିଳିଥାଏ । ଯଦି ଫେସିଅଲ ପରେ ଥ୍ରେଡିଙ୍ଗ କରାଯାଏ ତେବେ କୋମଳ ଚେହୋରାକୁ ଅଧିକ କଷ୍ଟ ହୋଇଥାଏ । ଯଦି ଫେସିଅଲ କରିଛନ୍ତି ତେବେ ୩ ଦିନ ପର୍ଯ୍ୟନ୍ତ ସ୍କ୍ରବର ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ଦ୍ୱାରା ତ୍ୱଚା ଖରାପ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More