Only for Entertainment

ସାବଧାନ୍! ଏଭଳି ଖାଦ୍ୟରୁ ଦୂରେଇ ରହନ୍ତୁ , ନଚେତ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି !

33

ଯଦି ଆପଣ କମ୍‌ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଉଛନ୍ତି ବା ଖାଦ୍ୟ ସହିତ ଜଡିତ କେତେକ ଖରାପ ଅଭ୍ୟାସରେ ପଡ଼ିଛନ୍ତି,ତେବେ ସାବଧାନ ହୋଇଯାଆନ୍ତୁ। ଯଦି ଆପଣ ଜଙ୍କ୍‌ ଫୁଡ୍‌ ଖାଉଛନ୍ତି ବା ନ୍ୟୁଟ୍ରିସନ୍‌ ଡାଏଟ୍‌ ଗ୍ରହଣ କରୁ ନାହାନ୍ତି,ତେବେ ଆପଣ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ମେକ୍‌ସିକୋର ଜେନେରାଲ୍‌ ହସ୍ପିଟାଲର କ୍ଲିନିକାଲ ନ୍ୟୁଟ୍ରିସନ୍‌ ବିଭାଗର ମୁଖ୍ୟ ଭେନେସା ଫୁକ୍‌ସ କହିଛନ୍ତି ଲୋକେ ନିଜର ଖାଦ୍ୟରେ ଗ୍ରିନ୍‌ ଟି, କୁରକୁମିନ୍‌, ଡାଳିମ୍ବ ଓ ଫୁଲକୋବି ଭଳି ଖାଦ୍ୟକୁ ସାମିଲ୍‌ କରିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପଲିଫିନାଲ୍‌ ତତ୍ତ୍ୱରେ ଭରପୂର ଖାଦ୍ୟ-ପାନୀୟରେ ଆଣ୍ଟି ଅକ୍ସିଡେଣ୍ଟସ ଓ ଆଣ୍ଟି ଇନ୍‌ଫ୍ଲେମେଟାରି ପ୍ରପର୍ଟି ରହିଛି। ଏହା ଫଳରେ ବୟସ ବଢିବା ପ୍ରକ୍ରିୟା ଧିମା ହୋଇଥାଏ। ଖାଲି ସେତିକି ନୁହେଁ,ଏହା ଶରୀରକୁ କର୍କଟ ରୋଗ ହେବାର ଆଶଙ୍କାରୁ ମଧ୍ୟ ଦୂରରେ ରଖିଥାଏ। ତାଙ୍କ କହିବା ଅନୁଯାୟୀ ପଲି ଫିନାଲ କମ୍‌ ହେଲେ ସ୍ତନ କର୍କଟ ହେବା ସହ ଅଗ୍ନାଶୟ,ତ୍ୱଚା ଓ ଖାଦ୍ୟନଳୀରେ କର୍କଟ ରୋଗ ହେବାର ଆଶଙ୍କା ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More