Only for Entertainment

ରିଲିଜ ହେଲା ‘ଜୱାନୀ ଜାନେମନ’ର ଟ୍ରେଲର, ମ୍ୟାଚ୍ୟୋୟର ଅନ୍ଦାଜରେ ନଜର ଆସିଲେ ନବାଗତା ଆଲିୟା

41

ସୈଫ ଅଲି ଖାନ୍, ତବୁ ଓ ଆଲିୟା ଫର୍ଣ୍ଣିଚରୱାଲା ଷ୍ଟାରର ଫିଲ୍ମ ‘ଜୱାନୀ ଜାନେମନ’ର ଟ୍ରେଲର ରିଲିଜ ହୋଇ ସାରିଛି । ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିୟା ଫଣ୍ଣିଚରୱାଲା ବଲିଉଡରେ ଡେବ୍ୟୁ କରୁଛନ୍ତି । ରିଲିଜ ହୋଇଥିବା ଟ୍ରେଲରରେ ତିନି ଷ୍ଟାରଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

ଫିଲ୍ମରେ ସୈଫ ଅଲି ଖାନଙ୍କ ଫ୍ଲର୍ଟି ଅନ୍ଦାଜ ଦେଖିବାକୁ ମିଳିବ । ତେବେ ଆଲିୟା ଫର୍ଣ୍ଣଚରୱାଲାଙ୍କୁ ମଧ୍ୟ ବୋଲ୍ଡ ଅନ୍ଦାଜରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଫିଲ୍ମରେ ସୈଫଙ୍କୁ ଆଲିୟାଙ୍କ ବାପା ଓ ତବୁଙ୍କୁ ତାଙ୍କ ମା ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମରେ ଜବରଦସ୍ତ କମେଡ଼ି ସହିତ ଇମୋଶନାଲ ଦୃଶ୍ୟ ମଧ୍ୟ ନଜର ଆସିବ । କହିରଖୁଛୁ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନିତୀନ କକ୍କର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More