Only for Entertainment

ବ୍ରହ୍ମାସ୍ତ୍ରରେ ରଣବୀର କପୁରଙ୍କ ଫଟୋ ଆସିଲା ସାମ୍ନାକୁ, କହିଲେ ରୁମିରୁ ଶିବା ପର୍ଯ୍ୟନ୍ତ ଯାତ୍ରା !

37

ବଲିଉଡ ଅଭିନେତା ରଣବୀର କପୂର ଏବଂ ଆଲିୟା ଭଟ୍ଟ ଖୁବ ଶୀଘ୍ର ବ୍ରହ୍ମାସ୍ତ୍ର’ ଫିଲ୍ମରେ ନଜର ଆସିବେ । ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମକୁ ନେଇ ଜବରଦସ୍ତ ଉତ୍ସାହ ବଢିବାରେ ଲାଗିଛି । ନିକଟରେ ଏହି ଫିଲ୍ମର ଲୋଗୋ ରିଲିଜ ହୋଇଥିଲା, ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏବେ ଫିଲ୍ମରୁ ରଣବୀର କପୂରଙ୍କ ଲୁକ ସାମ୍ନାକୁ ଆସିଛି । ରଣବୀର କପୂରଙ୍କ ଫଟୋ ଅୟାନ ମୁଖାର୍ଜୀ ନିଜ ସୋସିଆଲ ଅକାଉଂଟରେ ଶେୟାର କରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ରଣବୀର କପୂର ଏବଂ ଆଲିୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ବ୍ରହ୍ମାସ୍ତ୍ର ଫିଲ୍ମ ୩ଭାଗରେ ରିଲିଜ ହେବ । ଫିଲ୍ମ ବଡଦିନ ମଉକାରେ ରିଲିଜ ହେବ । ଫିଲ୍ମ କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନରେ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମ ସୁଟିଂ ପ୍ରାୟତଃ ଧର୍ମା ପ୍ରଡକ୍ସନରେ ସୁଟ କରାଯାଇଛି । ଏହି ଫିଲ୍ମରେ ସାଉଥ ଷ୍ଟାର ନାଗାର୍ଜୁନ ଏବଂ ଗୋଲ୍ଡ ଷ୍ଟାର ମୌନି ରୟ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More