Only for Entertainment

ଆୟୁର୍ବେଦିକ ଉପାୟ: ପ୍ରାକୃତିକ ଭାବରେ ଦୂର କରନ୍ତୁ ରୂପି । ଗୋଟିଏ ଥରରେ ଫଳାଫଳ ।

30

ରୂପି ପାଇଁ ଚିନ୍ତିତ ହେବା ସ୍ୱାଭାବିକ କଥା । ଏହା ପ୍ରାୟ ସମସ୍ତଙ୍କ ଠାରେ ଦେଖାଯାଏ । ହୋଇପାରେ ଏହା ଏକ ସାଧାରଣ ପରିସ୍ଥିତି । ଲୋକମାନେ ମଧ୍ୟ ଏଥିପାଇଁ ଖୁବ ସଚେତନ, କାରଣ ଏଥିରେ ଚିନ୍ତିତ ନ ହୋଇ ଉପାୟ କଲେ ସମସ୍ୟାର ସମାଧାନ ବାହାରି ପାରିବ । ସେଥିପାଇଁ ବହୁ ପ୍ରକାରର ସାମ୍ପୁ ଏବଂ କେଶ ଜନିତ ସାମଗ୍ରୀ ମିଳୁଛି । ସେସବୁରୁ କିଛି କିଛି କାମ କରେ ଏବଂ କିଛି କାମ କରେ ନାହିଁ । କିନ୍ତୁ ଏହା କେମିକଲ ଯୁକ୍ତ । ତେବେ ମୁଣ୍ଡର ତ୍ୱଚା ଶୁଖିଲା ରହିବା ଦ୍ୱାରା ରୁପି ହୋଇଥାଏ । ଏଥିରୁ କେଉଁଭଳି ଆୟୁର୍ବେଦିକ ଉପାୟରେ ମୁକ୍ତି ପାଇ ହେବ ଆସନ୍ତୁ ଆଲୋଚନା କରିବା ।

ପ୍ରଥମ ନିମ ପତ୍ରର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଏକ ଛୋଟ ବୋଲ ଦହି ମିଶାନ୍ତୁ । ଏହାକୁ ସ୍କାଲ୍ପରେ ମାଲିସ କରନ୍ତୁ ଏବଂ ୧୫ରୁ ୨୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ଏବଂ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ରୂପି ଆଉ ଦେଖାଯିବ ନାହିଁ ।

ଏକ ପାତ୍ରରେ ଦୁଇଟି ଅଣ୍ଡାର ଧଳା ଅଂଶ ନିଅନ୍ତୁ । ଏଥିରେ ଗୋଟିଏ ଲେମ୍ବୁର ରସ ମିଶାନ୍ତୁ । ଏହାକୁ ମୁଣ୍ଡରେ ଲଗାଇ ଅଧ ଘଂଟା ପାଇଁ ଛାଡ଼ି ଦିଅନ୍ତୁ ଏବଂ ନିମ ସାବୁନରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଖୁବଶୀଘ୍ର ରୂପି ଦୂର ହୋଇଯିବ ।

ପ୍ରଥମେ ଅଁଳା ପାଉଡର ନିଅନ୍ତୁ । ଏବେ ୮ରୁ ୧୦ଟି ତୁଳସୀ ପତ୍ରରେ ସାମାନ୍ୟ ଜଳ ପକାଇ ବାଟନ୍ତୁ । ଏହାକୁ ମୁଣ୍ଡରେ ଲଗାଇ ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଧୋଇ ସାମ୍ପୁ କରନ୍ତୁ ।

୩ ଚାମଚ ମେଥିକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳ ହେଲେ ତାହାକ ବାଟି ଦିଅନ୍ତୁ । ଏବେ ଏଥିରେ ୧ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହାକୁ ସ୍କାଲ୍ପରେ ଲଗାଇ ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏହା କେବଳ ରୂପି ଦୂର କରିନଥାଏ ବରଂ ସ୍କାଲ୍ପକୁ ହେଲଦୀ ମଧ୍ୟ ରଖେ ।

୫ରୁ ୬ଟି ରିଠା, ୬ରୁ ୭ ଖଣ୍ଡ ସିକାକାଇ ଏବଂ କିଛି ଅଁଳାକୁ ରାତିରେ ଭିଜାଇ ଦିଅନ୍ତୁ । ସକାଳେ ଏହାକୁ ଫୁଟାନ୍ତୁ । ଏହାପରେ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏବେ ଏହାକୁ ଗ୍ରାଇଣ୍ଡିକ କରନ୍ତୁ ଏବଂ ଛାଣି ଦିଅନ୍ତୁ । ଏହାକୁ ସାମ୍ପୁ ଭଳି ବ୍ୟବହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More