Only for Entertainment

‘ଲଭରାତ୍ରୀ’ ପୂର୍ବରୁ ଫିଲ୍ମଫେୟରର କଭର ପେଜରେ ଡେବ୍ୟୁ କଲେ ଆୟୁଷ ଶର୍ମା ଏବଂ ବରିନା ହୁସେନ, ଦେଖନ୍ତୁ ଫଟୋ

zee news
0 35

ବଲିଉଡର ସୁଲତାନ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ଖୁବ ଶୀଘ୍ର ଫିଲ୍ମ ‘ଲଭରାତ୍ରୀ’ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ଫିଲ୍ମଫେୟରର କଭର ପେଜରେ ଡେବ୍ୟୁ କରି ନିଜର ପ୍ରଶଂସକଙ୍କୁ ସରପ୍ରାଇଜ ଦେଇଛନ୍ତି । ଆୟୁଷ ନିକଟରେ ସୋସିଆଲ ମିଡିଆରେ ଫିଲ୍ମଫେୟର କଭର ପେଜର ଫଟୋ ସେୟାର କରି ସମସ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି ।

ଫିଲ୍ମଫେୟରର ସେପ୍ଟେମ୍ବରର ଏଡିସନର କଭର ପେଜରେ ଆୟୁଷଙ୍କ ସହିତ ‘ଲଭରାତ୍ରୀ’ର ଅଭିନେତ୍ରୀ ବରିନା ହୁସେନ ମଧ୍ୟ ଡେବ୍ୟୁ କରିଛନ୍ତି । ଫିଲ୍ମଫେୟରର କଭର ପେଜରେ ଦୁହିଁଙ୍କ ମଧ୍ୟରେ ରୋମାଣ୍ଟିକ କେମେଷ୍ଟୀ ଦେଖିବାକୁ ମିଳିଛି । ଆୟୁଷ ଏବଂ ବରିନାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଫ୍ୟାନ୍ସ ମଧ୍ୟ ଫଟୋକୁ ଖୁବ ପସନ୍ଦ କରିଛନ୍ତି ।

 

ଆପଣଙ୍କୁ କହିରଖୁଛୁ ଯେ, ଆୟୁଷ ଏବଂ ବରିନାଙ୍କ ଏହି ଫିଲ୍ମ ୫ ଅକ୍ଟୋବରରେ ରିଲିଜ ହେବ । ଫିଲ୍ମରେ ଆୟୁଷ ଏକ କଲେଡ ଷ୍ଟୁଡେଣ୍ଟ ଭୂମିକାରେ ନଜର ଆସିବେ । ଏବଂ ଏହାର କାହାଣୀ ନବରାତ୍ରୀର ୯ ଦିନ ଉପରେ ହିଁ ଆଧାରିତ । ଫିଲ୍ମରେ ଆୟୁଷ ଏବଂ ବରିନାଙ୍କ ସହିତ ରାମ କପୁର, ଅଂଶୁମାନ ଝା, ରାନିତ ରୟ, ପ୍ରାଚି ଶାହ, ପ୍ରତିକ ଗାନ୍ଧୀ, ଅରବାଜ ଖାନ, ସୋହେଲ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More