Only for Entertainment

ଟ୍ୱିଟରରେ ମହିଳାଙ୍କୁ ଅପମାନିତ କରାଯାଉଥିବାର ଦେଖି ନିଜ ଆକାଉଣ୍ଟ ହଟାଇଲେ ଆୟୁଷ ଶର୍ମା

freshwallpapers
29

ଚଳଚ୍ଚିତ୍ର ‘ଲଭ୍‌ୟାତ୍ରୀ’ ରିଲିଜ୍‌ ହେବା ପରେ ଅଭିନେତା ତଥା ସଲମାନ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା ଚର୍ଚ୍ଚାର ପରିସରକୁ ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇ ନଥିଲେ ମଧ୍ୟ ଆୟୁଷଙ୍କ ନୃତ୍ୟ ଶୈଳୀ ଏବଂ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । କିଛି ଦିନ ତଳେ ସଲମାନ ପୁଣି ଥରେ ଭିଣୋଇଙ୍କୁ ନେଇ ଦ୍ୱିତୀୟ ଫିଲ୍ମ ତିଆରି କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏ ସବୁ ମଧ୍ୟରେ ଆଉ ଏକ କଥା ଦେଖିବାକୁ ମିଳିଛି। ଆୟୁଷ ନିଜର ଟୁଇଟର ଆକାଉଣ୍ଟକୁ ହଟାଇଥିବା କଥା ସାମ୍ନାକୁ ଆସିଛି । ହଟାଇବା ପୂର୍ବରୁ ସେ ଶେଷଥର ପାଇଁ ଏକ ଟୁଇଟ୍‌ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ସାଜିଛି।

aayush-sharma-0a

ଯେଉଁଥିରେ ଲେଖାଯାଇଛି କି “କିଛି ଦିନ ତଳେ ମୁଁ ମୋର ଟୁଇଟରରେ ଥିବା ପ୍ରଶଂସକମାନଙ୍କ ସହ କଥା ହେଉଥିଲି। ଏ ମଧ୍ୟରେ ଏକ ଟୁଇଟ୍‌ରିଆନ୍‌ଙ୍କ ଉତ୍ତର ମୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ଯୁବତୀ ମୋତେ ନେଇ ଦେଇଥିବା ମତ ପାଇଁ ତାଙ୍କୁ ଗାଳି ଦିଆ ଯାଇଥିଲା । ଏହା ଗ୍ରହଣୀୟ ନୁହେଁ । ମୁଁ ଏହାକୁ ବିରୋଧ କରେ । ସମସ୍ତଙ୍କର ମତ ରଖିବାର ଅଧିକାର ଅଛି । କିନ୍ତୁ କାହାକୁ ଅସମ୍ମାନିତ କରି ନୁହେଁ । ସୋସିଆଲ ମିଡିଆରେ ଏଭଳି ଭାଷା ପ୍ରୟୋଗ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ । ଏ ସବୁକୁ ଦେଖି ମୁଁ ମୋର ଟୁଇଟର ଆକାଉଣ୍ଟକୁ ହଟାଇବା ପାଇଁ ନିଷ୍ପତି ନେଉଛି।’’ ଆୟୁଷଙ୍କର ହଠାତ୍‌ ଏଭଳି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏଭଳି ନିଷ୍ପତି ନେବା ପଛର କାରଣ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More