Only for Entertainment

ଡ୍ରିମଗାର୍ଲ ହେବେ ଆୟୁଷ୍ମାନ ଖୁରାନା!

YouTube
34

ଲଗାତାର ଦୁଇଟି ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣିଥିବା ଆୟୁଷ୍ମାନ ଖୁରାନା ଏବେ ବି-ଟାଉନର ଡ୍ରିମଗାର୍ଲ ବନିବାକୁ ଯାଉଛନ୍ତି । ହଁ ହଁ ଆପଣ ଠିକ୍ ଶୁଣୁଛନ୍ତି ‘ଡ୍ରିମଗାଲ’ ହେବେ ଆୟୁଷ୍ମାନ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଆୟୁଷ୍ମାନ କେମିତି ହେବେ ଡ୍ରିମଗାର୍ଲ । ଯଦି ବି ହୁଅନ୍ତି ସେ କ’ଣ ହେମାଙ୍କ ସ୍ଥାନ ନେଇଯିବେ? ନାଁ, ସେ ହେମାଙ୍କ ସ୍ଥାନ ନେବେନି ହେଲେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଡ୍ରିମଗାର୍ଲ’ରେ ନିଜେ ସେହି ଭୂମିକାରେ ଆସିବେ ।

ଶନିବାର ଆୟୁଷ୍ମାନ ଟ୍ୱିଟରରେ ଫିଲ୍ମ ପ୍ରସ୍ତୁତିର ଏକ ଛୋଟିଆ ଭିଡ଼ିଓ ସହ ନାମ ଘୋଷଣା କରିଛନ୍ତି । ନିଜ ଫିଲ୍ମର ନାମ କଣ ରହିବ ସେ ବିଷୟରେ ଆଲୋଚନା ହେଉଥିବାର ଏହି ଦେଖିବାକୁ ମିଳିଛି । ୩୪ ବର୍ଷୀୟ ଆୟୁଷ୍ମାନଙ୍କ ବିପକ୍ଷରେ ଆସିବେ ନୁଶରତ ଭରୁଚା । ନୁଶରତ ପୂର୍ବରୁ ‘ସୋନୁ କେ ଟିଟୁ କି ସ୍ୱିଟି’ରେ ଦର୍ଶକଙ୍କ ମନ କିଣି ନେଇଥିଲେ । ସେ ପ୍ରଥମ କରି ଆୟୁଷ୍ମାନଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ।


କିଛି ମାସ ଆଗରୁ ଆୟୁଷ୍ମାନ ‘ବଧାଇ ହୋ’ରେ ଦର୍ଶକଙ୍କୁ ଖୁବ୍ ହସାଇଥିଲେ । ଖାସ୍ କରି ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଯୁବପୀଢ଼ିଙ୍କୁ ଖୁବ୍ ଆକୃଷ୍ଟ କରିଥିଲେ । ଆୟୁଷ୍ମାନଙ୍କ ଅଭିନୟ ଓ ଅଭୀନିତ କାହାଣୀ ଆଧାରିତ ଫିଲ୍ମ ସକାଶେ ତାଙ୍କର ସ୍ପେଶାଲ ଫ୍ୟାନ ଅଛନ୍ତି ।

ଏହି ଫିଲ୍ମଟି ବି ବଧାଇ ହୋ ଭଳି ସଫଳତା ହାସଲ କରିବ ବୋଲି ଆୟୁଷ୍ମାନଙ୍କ ଫ୍ୟାନମାନେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା କରୁଥିବାର ଦେଖିବାକୁ ମିଳିଛି । ଡ୍ରିମଗାର୍ଲ ଏକତା କପୁରଙ୍କ ପ୍ରଯୋଜନାରେ ରାଜ ଶାଣ୍ଡିଲ୍ୟଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବାକୁ ଯାଉଛି । ଏହି ଫିଲ୍ମରେ କମେଡ଼ି ଭରି ରହିଛି ଯାହା ଦର୍ଶକଙ୍କୁ ଖୁବ୍ ହସାଇବ ବୋଲି ଆୟୁଷ୍ମାନ କହିଛନ୍ତି । ଅନ୍ୟ କଳାକାରମାନଙ୍କ ମଧ୍ୟରେ କାର୍ତିକ ଆର୍ଯ୍ୟନ ଓ ଶନି ସିଂହ ନଜରରେ ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More