Only for Entertainment

ଏହି ଦିନ ରିଲିଜ ହେବ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’

lalan top
20

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ନିଜର ଆଗାମୀ ଫିଲ୍ମ ‘ବାଲା’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପାଇଁ ସବୁ ଦିଗରୁ ଖାସ ରହିଛି । ଏହି ଫିଲ୍ମ ଜରିଆରେ ଆୟୁଷ୍ମାନ ଖୁରାନା ନିଜର ପ୍ରଥମ କୋ-ଷ୍ଟାର ୟାମୀ ଗୌତମଙ୍କ ସହିତ ରୋମାନ୍ସ କରିବେ ।

ଫିଲ୍ମର ‘ବାଲା’ର କାହାଣୀ ଚନ୍ଦାପଣ ପରି ସମସ୍ୟା ଉପରେ ଆଧାରିତ । ନିକଟରେ ଫିଲ୍ମର ରିଲିଜ ଡେଟ ବିଷୟରେ ମେକର୍ସ ଘୋଷଣା କରିଛନ୍ତି । ଦିନେଶ ବିଜାନଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ୨୨ ନଭେମ୍ବର ୨୦୧୯ରେ ରିଲିଜ ହେବ । ଏହି ଫିଲ୍ମକୁ ଅମର କୌଶିକ ନିର୍ଦ୍ଦେଶନା ଦେଉଛନ୍ତି ।

ଫିଲ୍ମରେ ଆୟୁଷ୍ମାନ କୁରାନା, ୟାମୀ ଗୌତମଙ୍କ ବ୍ୟତିତ ଭୂମି ପେଡନେକର, ସୌରଭ ଶୁକ୍ଲା, ଜାବେଦ ଜାଫରୀ ଏବଂ ସାମୀ ପହବାଙ୍କ ପରି କଳାକାର ନଜର ଆସିବେ । ଫିଲ୍ମର ସୁଟିଂ ପାଇଂ ଆୟୁଷ୍ମାନ ଏବେ କାନପୁରରେ ଅଛନ୍ତି । ତାଙ୍କର ପୂର୍ବ ଫିଲ୍ମ ଗୁଡିକ ପରି ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More