Only for Entertainment

‘ଦମ ଲଗାକେ ହଇଶା’ ଓ ‘ଶୁଭ ମଙ୍ଗଳ ସାବଧାନ’ ପରେ ତୃତୀୟ ଥର ପାଇଁ ଏକାଠୀ ନଜର ଆସିବେ ଆୟୁଷ୍ମାନ ଖୁରାନା ଏବଂ ଭୂମି ପେଡନେକର ।

Bollywood
37

ବଲିଉଡ ଅଭିନେତା ଆୟଷ୍ମାନ ଖୁରାନା ଏବଂ ସଫଳତାର ଶୀଘ୍ରରେ । ୨୦୧୮ରେ ରିଲିଜ ହୋଇଥିବା ତାଙ୍କର ଦୁଇ ଦୁଇଟି ଫିଲ୍ମ ଅନ୍ଧାଧୁନ ଏବଂ ବଧାଇ ହୋ ସଫଳ ହେବା ପରେ ତାଙ୍କ ହାତରେ ଏବେ ଅନେକ ଗୁଡିଏ ଫିଲ୍ମର ଅଫର ରହିଛି । ନିକଟରେ ସେ ଏକତା କପୁରଙ୍କ ବ୍ୟାନରରେ ନିର୍ମିତ ‘ଡ୍ରିମ ଗର୍ଲ’ ଫିଲ୍ମକୁ ସାଇନ କରିଥିଲେ । ଏହି ଫିଲ୍ମରେ ସେ ନୁସରତ ଭରୁଚାଙ୍କ ସହିତ ନଜର ଆସିବେ । ଏବେ ଆୟୁଷ୍ମାନଙ୍କ ହାତରେ ଆଉ ଏକ ଫିଲ୍ମର ଅଫର ରହିଛି । ଖବର ଅନୁସାରେ ଦିନେଶ ବିଜନଙ୍କ ପ୍ରଡକ୍ସନରେ ନିର୍ମିତ ନୂଆ ରମ କମ ‘ବାଲା’ରେ ସେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ସ୍ତ୍ରୀର ନିର୍ଦ୍ଦେଶକ ଅମିର କୌଶିକ ।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ଆୟୁଷ୍ମାନ ଖୁରାନାଙ୍କ ଏହି ଫିଲ୍ମରେ ଭୂମି ପେଡନେକରଙ୍କ ମଧ୍ୟ ନଜର ଆସିବେ । ‘ଦମ ଲଗାକେ ହଇଶା’ ଓ ‘ଶୁଭ ମଙ୍ଗଳ ସାବଧାନ’ ପରେ ତୃତୀୟ ଥର ପାଇଁ ଦୁହେଁ ଏକାଠି ନଜର ଆସିବେ । ଏହି ଫିଲ୍ମ ମଣିଷମାନଙ୍କର ସ୍କିନ କଲର ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More