Only for Entertainment

ଆୟୁଷ୍ମାନ ଖୁରାନାଙ୍କ ଉପରେ କାହାଣୀ ଚୋରିର ଅଭିଯୋଗ

Hindustan Times
30

ଲୋକପ୍ରିୟ ଗାୟକ ତଥା ଅଭିନେତା ଆୟୁଷ୍ମାନ ଖୁରାନା କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି । ଗତ ବର୍ଷ ରିଲିଜ ହୋଇଥିବା ତାଙ୍କର ଦୁଇଟି ଫିଲ୍ମ ‘ବଧାଇ ହୋ ବଧାଇ’ ଓ ‘ଅନ୍ଧାଧୂନ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲା, କିନ୍ତୁ ଏଥର ଆୟୁଷ୍ମାନଙ୍କ ଚର୍ଚ୍ଚାର କାରଣ କିଛି ଅଲଗା ରହିଛି । ଆୟୁଷ୍ମାନ ଏଥର ଆଇନଗତ ବିବାଦରେ ଫସିଛନ୍ତି । ଏହି ବିବାଦ ତାଙ୍କ ଆଗାମୀ ଫିଲ୍ମ ‘ବାଲା’କୁ ନେଇ ହୋଇଛି ।

ଜଣାଶୁଣା ନିର୍ଦ୍ଦେଶକ ସୁଧୀର ମିଶ୍ରାଙ୍କ ଆସିଷ୍ଟାଣ୍ଟ ଡାଇରେକ୍ଟର କମଲକାନ୍ତ ଚନ୍ଦ୍ରା ଆୟୁଷ୍ମାନ ଖୁରାନା, ଫିଲ୍ମର ପ୍ରଡ୍ୟୁସର ଦିନେଶ ବିଜନ, ଓ ଡାଇରେକ୍ଟର ଅମର କୌଶିକଙ୍କ ଉପରେ ତାଙ୍କ ଫିଲ୍ମର କାହାଣୀ ଚୋରି କରିବାର ଅଭିଯୋଗ ଆଣିଛନ୍ତି । ସେ ଗତ ଶୁକ୍ରବାର ଦିନ ମୁମ୍ବାଇ ହାଇକୋର୍ଟରେ ଏହି ତିନି ଜଣଙ୍କ ଉପରେ କେସ ରୁଜୁ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ‘ବରେଲି କି ବର୍ଫି’ ସୁଟିଂ ସମୟରେ ତଙ୍କର ଆୟୁଷ୍ମାନଙ୍କ ସହ ସାକ୍ଷାତ ହୋଇଥିଲା । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତିତ ରାଜକୁମାର ରାଓ ମ୍ମ ଥିଲେ । ରାଜକୁମାରଙ୍କୁ କମଲ ଆଗରୁ ଜାଣିଥିଲେ । ସେଥିପାଇଁ ସେ ଯେତବେଳେ ତାଙ୍କୁ ଦେଖା କରିବାକୁ ‘ବରେଲି କି ବର୍ଫି’ର ସେଟରେ ପହଂଚିଲେ, ସେତବେଳେ ତାଙ୍କ ସାକ୍ଷାତ ଆୟୁଷ୍ମାନଙ୍କ ସହ ହୋଇଥିଲ । ।

ସେତବେଳେ ସେ ତାଙ୍କ କାହାଣୀ ଆୟୁଷ୍ମାନଙ୍କୁ ହ୍ୱାଟସ୍ଆପରେ ସେୟାର କରିଥିଲେ ଓ ଏହା ଆୟୁଷ୍ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହା ପରେ ଆୟୁଷ୍ମାନ କମଲଙ୍କୁ ଦେଖା କରିବା ପାଇଁ ଡାକିଥିଲେ । କିନ୍ତୁ ଯେତବେଳେ କମଲ ଯାଇ ପହଂଚିଥିଲେ କିନ୍ତୁ ଆୟୁଷ୍ମାନ ସେଠାରେ ନଥିଲେ । କମଲକାନ୍ତ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଆୟୁଷ୍ମାନଙ୍କ ସହିତ ତାଙ୍କର ଦେଖା ହୋଇ ପାରିନଥିଲା । ତାଙ୍କ ମ୍ୟାନେଜର ସବୁବେଳେ କହୁଥିଲେ କି, ସାର ବହୁତ ବ୍ୟସ୍ତ ଅଛନ୍ତି । ଯେତବେଳେ ସେ ଜାଣିଲେ କି, ତାଙ୍କ କାହାଣୀ ଉପରେ ସିନେମା ତିଆରି କରାଯାଉଛି । ଏହା ଶୁଣିବା ପରେ କମଲ ଆୟୁଷ୍ମାନ, ଦିନେଶ ଓ ଅମର କୌଶିକ ତିନିଜଣଙ୍କ ନୋଟିସ ପଠାଇଥିଲେ । କିନ୍ତୁ ତିନିଜଣଙ୍କ ନିକଟରୁ ଏ ବିଷୟରେ କୌଣସୀ ଜବାବ ମିଳିପାରି ନାହିଁ । ସେଥିପାଇଁ କମଲ ହାଇକୋର୍ଟରେ ଏହି କେସ ରୁଜୁ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More