Only for Entertainment

ଦୀପିକା ପାଦୁକୋନଙ୍କ ପାଇଁ ସାମ୍ନା-ସାମ୍ନୀ ହେଲେ ଏହି ଦୁଇ ଅଭିନେତା, ପୁରା ଘଟଣା ଜଣିବା ପାଇଁ ପଢନ୍ତୁ….

ollybolly
13

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇସାରିଛି । ଅଭିନେତ୍ରୀ ଏବେ ଶୁବ ଶୀଘ୍ର ପ୍ରଫେସନାଲ ଲାଇଫକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଲେଣି । ଖବର ଅନୁସାରେ ଦୀପିକା ବିବାହ ପରେ ମେଘନା ଗୁଲଜାରଙ୍କ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଏସିଡ ଆଟାକ ସରଭାଇବର ଲକ୍ଷ୍ମୀଙ୍କ ଜୀବନ ଉପରେ ଆଧାରିତ ଯେଉଁଥିରେ ସମାଜର ପ୍ରକୃତ ସତ୍ୟକୁ ଦେଖିବାକୁ ମିଳିବ । ଦୀପିକା ଏହି ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି । କିନ୍ତୁ ଫିଲ୍ମର ସୁଟିଂ ପୂର୍ବରୁ ନିର୍ମାତାଙ୍କୁ ଏକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି ।

ଖବର ଅନୁସାରେ ଫିଲ୍ମର ନିର୍ମାତା ଦୀପିକାଙ୍କ ଅପୋଜିଟରେ ଜଣେ ଦମଦାର ଆକ୍ଟରଙ୍କୁ ନେବା ପାଇଁ ଚାହୁଁଛନ୍ତି । ସେଥିପାଇଁ ନିର୍ମାତା ରାଜ କୁମାର ରାଓ ଏବଂ ଆୟୁଷ୍ମାନ ଖୁରାନାଙ୍କୁ ବାଛିଛନ୍ତି । କିନ୍ତୁ ଏହି ଦୁଇ ଜଣଙ୍କ ମଧ୍ୟରୁ ନିର୍ମାତା କାହାକୁ ସାଇନ କରିବେ ତାହା ନିର୍ଣ୍ଣୟ କରିପାରୁନାହାଁନ୍ତି ।

୨୦୧୮ରେ ଦୁଇ କଳାକାର ସୁପରହିଟ ଫିଲ୍ମ ଦେଇ ଦର୍ଶକଙ୍କୁ ନିଜ ଦମରେ ସିନେମା ଘରକୁ ଟାଣିବାକୁ ବାଧ୍ୟ କରିଥିଲେ । ଆୟୁଷ୍ମାନ ଖୁରାନା ‘ଅନ୍ଧାଧୁନ’ ଏବଂ ‘ବଧାଇ ହୋ’ ପରି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ବେଳ ରାଜକୁମାର ରାଓଙ୍କ ‘ସ୍ତ୍ରୀ’ ଦର୍ଶକଙ୍କୁ ଖୁବ ଏଣ୍ଟରଟେନ କରିଥିଲା । ତେବେ ଏହି ଦୁଇ କଳାକାରଙ୍କ ମଧ୍ୟରୁ କାହାକୁ ମେକର୍ସ ନେଉ ଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More