Only for Entertainment

Birthday Special : ବଲିଉଡ ନୂଆ ସମୟର ସୁପରଷ୍ଟାର ଆୟୁଷ୍ମାନ ଖୁରାନା, ଏହି ୭ଟି ଫିଲ୍ମ ମାଧ୍ୟମରେ କରିଛନ୍ତି ପ୍ରମାଣ

latestly
37

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଆଜି ନିଜର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୧୨ରେ ବଲିଉଡ ଡେବ୍ୟୁ କରିଥିବା ଏହି ଟ୍ୟାଲେଣ୍ଟେଡ ଅଭିନେତା ମାତ୍ର ସାତ ବର୍ଷରେ ପ୍ରମାଣିତ କରିଛନ୍ତି ଯେ ବଲିଉଡର ନୂଆ ସମୟର ସୁପରଷ୍ଟାର ହେବା ପାଇଁ ପୂରା ହକଦାର ।

ଫିଲ୍ମକୁ ନେଇ ଆୟୁଷ୍ମାନ ଖୁରାନାଙ୍କ ସିଲଲେକ୍ସନ, କମ ବଜେଟ ଫିଲ୍ମରେ ଦମଦାର କାହାଣୀ ଏବଂ ତାଙ୍କ ନିଖୁଣ ଅଭିନୟ ପାଇଁ ହିଁ ତାଙ୍କ ଫିଲ୍ମ ବକ୍ସ ଅଫିସରେ କମାଲ କରିଥାଏ । ୧୪ ସେପ୍ଟେମ୍ବର ୧୯୮୪ରେ ଚଣ୍ଡିଗଢରେ ଜନ୍ମ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ନାମ ନିଶାନ୍ତ ଖୁରାନା ଥିଲା । ଏହା ପରେ ସେ ନିଜ ନାମ କୁ ବଦଳାଇ ଆୟୁଷ୍ମାନ ଖୁରାନା କରିଥିଲେ ।

ଆୟୁଷ୍ମାନ ଖୁରାନା ଫିଲ୍ମକୁ ଆସିବା ପୂର୍ବରୁ ୫ ବର୍ଷ ପର୍ଯ୍ୟନ୍ତ ଥିଏଟରରେ କାମ କରିଥିଲେ । ଏହା ପରେ ଆୟୁଷ୍ମାନ ଖୁରାନା ଟିଭି ଶୋ’ ହୋଷ୍ଟ କରିବା ଆରମ୍ଭ କରିଥିଲେ । ସେ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ହୋଷ୍ଟ କରିଥିଲେ । ଆୟୁଷ୍ମାନ ସୁଜିତ ସରକାରଙ୍କ ଫିଲ୍ମ ‘ଭିକି ଡୋନର’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ ।

ଆୟୁଷ୍ମାନ ଖୁରାନାଙ୍କ ଜନ୍ମଦିନରେ ଆସନ୍ତୁ ନଜର ପବକାଇବା ତାଙ୍କର ୭ଟି ଫିଲ୍ମ ଉପରେ ଯାହା କେବଳ କ୍ରିଟିକ୍ସଙ୍କୁ ନୁହେଁ ବରଂ ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି ।

ଭିକ୍କି ଡୋନର-
ଆୟୁଷ୍ମାନ ଏହି ଫିଲ୍ମରେ ଜଣେ ସ୍ପର୍ମ ଡୋନର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରୁ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିଥିଲା ।

ଦମ ଲଗା କେ ହେଇଶା-
ୟଶ ରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଆୟୁଷ୍ମାନ ଏବଂ ଭୂମି ପେଡନେକର ଯୋଡି ଖୁବ କମାଲ କରିଥିଲେ । ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରୀ ଏବଂ ଅଭିନୟ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା ।

ବରେଲୀ କି ବରଫି-
୨୦୧୭ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ସହିତ ଆଭିନୟ ରାଜ କୁମାର ରାଓ ଏବଂ କୃତି ସେନନ ନଜର ଆସିଥିଲେ । ଏହି ଦୁଇ ଟ୍ୟାଲେଣ୍ଟେଡ ଅଭିନେତା ଲୋକଙ୍କୁ ଖୁବ ଇମ୍ପ୍ରେସ କରିଥିଲେ ।

ବଧାଇ ହୋ-
୨୦୧୮ରେ ରିଲିଜ ହୋଇଥିବା ଏହି ଫିଲ୍ମ ନ୍ୟାସନାଲ ଆୱାର୍ଡ ଜିତିଥିଲା । ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ମା’ ପ୍ରେଗ୍ନେଣ୍ଟ ଥିବା ଦେଖିବାକୁ ମିଳିଥିଲା । ସମାଜରେ ସେ କିପରି ସମସ୍ୟାର ସମ୍ମୁମଖୀନ ହୁଅନ୍ତି ଏବଂ ସେହି ସମସ୍ୟାରୁ ସେ କିପରି ବାହାରନ୍ତି ତାହା ଲୋକଙ୍କ ଦୃଷ୍ଟି କୋଣକୁ ବଦଳାଇ ଦେଇଥିଲା ।

ଅନ୍ଧାଧୁନ-
୨୦୧୮ରେ ରିଲିଜ ହୋଇ ଥିବା ଏହି କମେଡି କ୍ରାଇମ ଥ୍ରିଲର ଫିଲ୍ମ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମରେ ଆୟୁଷ୍ମାନ ଜଣେ ଅନ୍ଧ ବ୍ୟକ୍ତି ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ବେଷ୍ଟ ଆକ୍ଟରର ନ୍ୟାସନାଲ ଆୱାର୍ଡ ଜିତିଥିଲେ ।

ଆର୍ଟିକଲ ୧୫-
ଅଭିନବ ସିହ୍ନାଙ୍କ ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ଅଭିନୟ ସମସ୍ତଙ୍କୁ ଖୁବ ଇମ୍ପ୍ରେସ କରିଥିଲା । ଜାତିବାଦ ଉପରେ ନିର୍ମିତ ଏହି ଫିଲ୍ମ କ୍ରିଟିକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିଲା ।

ଡ୍ରିମ ଗର୍ଲ-
ବକ୍ସ ଅଫିସରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ମଧ୍ୟରେ ଏହା ଲ୍ୟାଟେଷ୍ଟ ଫିଲ୍ମ । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ପୂଜା ନାମକ ଝିଅ ହୋଇ ଲୋକଙ୍କ ସହିତ କଥା ହେଉଥିବାର ନଜର ଆସିଛନ୍ତି । ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More