Only for Entertainment

ଡ୍ରିମଗର୍ଲର ପ୍ରମୋ ଭିଡ଼ିଓ ଶେୟାର କଲେ ଆୟୁଷ୍ମାନ ଖୁରାନା, ଦେଖନ୍ତୁ ପୂଜାଙ୍କ ତୃତୀୟ ପ୍ରେମିକାଙ୍କ ପ୍ରେମ କାହାଣୀ

hindirush
47

ବଲିଉଡ ଆକ୍ଟର ଆୟୁଷ୍ମାନ ଖୁରାନା ଏବେ ତାଙ୍କ ପତ୍ନୀ ତାହିରା କଶ୍ୟପଙ୍କ ସହିତ ଅଷ୍ଟ୍ରିୟାରେ ଛୁଟି ବିତାଉଛନ୍ତି । ଛୁଟି ମଧ୍ୟରୁ ସମୟ ବାହାର କରି ସେ ତାଙ୍କର ଅଗାମୀ ଫିଲ୍ମ ଡ୍ରିମଗର୍ଲ’ର ଭିଡ଼ିଓ ଏବଂ ଫଟୋ ଆଦି ଶେୟାର କରୁଛନ୍ତି, ଯାହା ବାରମ୍ବାର ଦର୍ଶକଙ୍କ ହୃଦୟରେ ପୂଜା ଚରିତ୍ରକୁ ଜୀବିତ କରୁଛି । ଏକ ପ୍ରମୋ ଭିଡ଼ିଓରେ ନିଧି ବିଷ୍ଟଙ୍କୁ ପୂଜାଙ୍କ ତୃତୀୟ ପ୍ରେମିକା ଭାବରେ ଦେଖିବାକୁ ମିଳିଛି, ଯାହାର ଭିଡ଼ିଓ ନିଜେ ଆୟୁଷ୍ମାନ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । ଭିଡ଼ିଓ ଶେୟାର କରି ଆୟୁଷ୍ମାନ ଖୁରାନା କ୍ୟାପ୍ସନରେ ଲେଖିଛନ୍ତି, ପୂଜାର ତୃତୀୟ ପ୍ରେମିକାଙ୍କୁ ସାକ୍ଷାତ କରନ୍ତୁ ।

ଭିଡ଼ିଓରେ ନିଧି ବିଷ୍ଟ ଏବଂ ପୂଜାଙ୍କ ମଧ୍ୟରେ ଫୋନରେ ହେଉଥିବା କଥାବାର୍ତ୍ତା ନଜର ଆସିଛି । ତେବେ ଏହା ମଧ୍ୟରେ ନିଧିଙ୍କର ଆଉ ଏକ ଯୁବକ ସହିତ ପୂଜାକୁ ନେଇ ଯୁକ୍ତି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ସଂପୂର୍ଣ୍ଣ ଭାବରେ କହିପାରିବା ପୂରା କମେଡ଼ିର ଏକ ପ୍ୟାକେଜ ହେଉଛି ଆୟୁଷ୍ମାନଙ୍କ ଡ୍ରିମଗଲ । କିନ୍ତୁ ଏହା ଦର୍ଶକଙ୍କୁ କେତେ ପସନ୍ଦ ଆସିବ ତାହା ଫିଲ୍ମ ଦେଖିଲେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More