Only for Entertainment

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ ଗର୍ଲ’ର ଟ୍ରେଲର ରିଲିଜ, ପୂଜା ହୋଇ କରିବେ ଦର୍ଶକଙ୍କ ମନୋରଞ୍ଜନ, ଦେଖନ୍ତୁ

latestly
40

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ । ତାଙ୍କର ଆଗାମୀ ଫିଲ୍ମ ‘ଡ୍ରିମ ଗର୍ଲ’ର ଟ୍ରେଲର ମେକର୍ସ ଆଜି ରିଲିଜ କରିଛନ୍ତି । ଫିଲ୍ମରେ ଆୟୁଷ୍ମାନଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ଟ୍ରେଲର ଖୁବ ମଜାଦାର ହୋଇଛି ଏବଂ ଏହାକୁ ଦେଖିଲେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ ।

ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ଆୟୁଷ୍ମାନ ଏକ ଫିମେଲ ଫ୍ରେଣ୍ଡସିପ କଲ ସେଣ୍ଟରରେ କାମ କରୁଥିବାର ନଜର ଆସିଛନ୍ତି । ଯେଉଁଠି ସେ ‘ପୂଜା’ ହୋଇ ଝିଅ ଭଏସରେ ଲୋକଙ୍କ ସହିତ କଥା ଦେଉଥିବାର ନଜର ଆସିଛନ୍ତି । ଏହା ପରେ ତାଙ୍କ ଭଏସକୁ ସମସ୍ତେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କୁ ନିଜର କରିବାକୁ ଚେଷ୍ଟା କରନ୍ତି ।

ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ଅପୋଜିଟରେ ନୁସରତ ଭରୁଚା ନଜର ଆସିଛନ୍ତି । ରାଜ ଶାଣ୍ଡିଲ୍ୟ ଫିଲ୍ମ ‘ଡ୍ରିମ ଗର୍ଲ’ର ନିର୍ଦ୍ଦେଶନା ଦେଇଛନ୍ତି । ବାଲାଜୀ ଟେଲିଫିଲ୍ମ ଦ୍ୱାରା ନିର୍ମିତ ଏହି ଫିଲ୍ମ ୧୩ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More