Only for Entertainment

ଆର୍ଟିକଲ ୧୫: ଜବରଦସ୍ତ ରହିଛି ଆୟୂଷ୍ମାନ ଖୁରାନାଙ୍କ ରାପ ସଙ୍ଗ ‘ଶୁରୁ କରେଁ କ୍ୟା’ !

55

ଆୟୁଶ୍ମାନ ଖୁରାନାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଆର୍ଟିକଲ୧୫’ର ଦମଦାର ଟ୍ରେଲର ପରେ ଏବେ ଏକ ଆଂଗ୍ରି ରାପ ‘ଶୁରୁ କରେ କ୍ୟା’ ରିଲିଜ ହୋଇଛି । ଏହି ଗୀତରେ ଥ୍ରିଲ, ଡ୍ରାମା, ଜୋଶ ଏବଂ ଜୁନୁନ୍ ସବୁକିଛି ନଜର ଆସିଛି ।

ଆୟୁଶ୍ମାନ ସୋସିଆଲ ମିଡିଆରେ ଏହି ଗୀତକୁ ଖୁବ ସୁନ୍ଦର କ୍ୟାପଶନ ଦେଇ ପୋଷ୍ଟ କରିଛନ୍ତି । ଏଥିରେ ଲେଖା ଅଛି ଯେ ‘ଏହିଭଳି ଗୀତ ଯାହା ଆମ ସୋସାଇଟିକୁ ଦରକାର ।


ଏହି ରାପ ଜରିଆରେ ସମାଜରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଖରାପ କାମ, ଗୁଣ୍ଡାଗର୍ଦ୍ଦି, ମାଡଗୋଳ, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଭଳି ବିଷୟବସ୍ତୁ ଉପରେ ଜାଗ୍ରତ ଏବଂ ଏସବୁ ଉପରେ ନିଷ୍ପତି ନେବା ପାଇଁ ଜାଗରୁକ ହେବାକୁ ଗୀତ ଦ୍ୱାରା ଜଣାଯାଇଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୨୮ଜୁନ ୨୦୧୯ରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More