Only for Entertainment

‘ମନସୁନ୍’କୁ ସ୍ୱାଗତ କଲେ ଆୟୁଷ୍ମାନ, ସୋସିଆଲ୍ ମିଡିଆରେ ସେୟାର୍ କଲେ ଭିଡିଓ

The Sunday Guardian
0 32

ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସିଙ୍ଗି ଟ୍ୟାଲେଂଟ୍ କଥା ତ ସଭିଁଙ୍କୁ ଜଣା ଥିବ । ତାଙ୍କ ଫ୍ୟାନମାନେ ଆୟୁଷ୍ମାନଙ୍କ ଅଭିନୟକୁ ଯେତିକି ପସନ୍ଦ କରିଥାନ୍ତି, ସେତିକି ତାଙ୍କ ଗାୟିକିକୁ ବି ପସନ୍ଦ କରନ୍ତି । ତେବେ ଖାସ୍ ନିଜ ପ୍ରଶଂସକଙ୍କ ପାଇଁ ଆୟୁଷ୍ମାନ ପୁଣି ଥରେ ନିଜ ଗାୟିକିର ଯାଦୁ ଦେଖାଇଛନ୍ତି । ନିଜର ଏହି ଗୀତରେ ମନସୁନ୍କୁ ସ୍ୱାଗତ କରିଛନ୍ତି ଆୟୁଷ୍ମାନ୍ ।

ମୌସୁମିକୁ ସ୍ୱାଗତ କରି ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନା ସେୟାର୍ କରିଛନ୍ତି ଏକ ଭିଡିଓ । ଭିଡିଓରେ ଆୟୁଷ୍ମାନ୍ କିଶୋର୍ କୁମାରଙ୍କ ସୁପରହିଟ୍ ଟ୍ରାକ୍ ରିମଝିମ୍ ସାୱନ ଗାଇବାରେ ଆସିଛନ୍ତି ନଜର । ନିଜ ଫ୍ୟାନମାନଙ୍କ ଉଦ୍ଦେଶ୍ୟରେ ଆୟୁଷ୍ମାନ ଏହି ଭିଡିଓ ସେୟାର୍ କରିଛନ୍ତି । ଯେଉଁଥିରେ ସେ ପୁଣିଥରେ ନିଜ ସିଙ୍ଗି ଟ୍ୟାଲେଂଟ୍ ଭେଟି ଦେଇଛନ୍ତି । ବଲିଉଡ୍ର ଏହି ହ୍ୟାଣ୍ଡସମ୍ ଅଭିନେତା ନିଜ ଅଭିନୟ ସହ ନିଜ ସିଙ୍ଗି ଟ୍ୟାଲେଂଟ୍ ପାଇଁ ହୋଇଛନ୍ତି ଲୋକପ୍ରିୟ । ପ୍ରାୟ ସମୟରେ ତାଙ୍କ ଗାୟିକିର ନମୁନା ସୋସିଆଲ୍ ମିଡିଆରେ ଦେଖିବାକୁ ମିିଳିଥାଏ ।


ଆୟୁଷ୍ମାନ୍ ବିକି ଡୋନର୍ ଚଳଚ୍ଚିତ୍ର ଜରିଆରେ ବଲିଉଡ୍ରେ ନିଜ ଅଭିନୟ ସଫର୍ ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କ ଅଭିନୟ ସମେତ ତାଙ୍କ ଜବରଦସ୍ତ ଗାୟିକିର ନମୁନା ବି ଦେଖିବାକୁ ମିଳିଥିଲା । ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା । ଏହା ସହ ଆୟୁଷ୍ମାନଙ୍କ କ୍ୟାରିୟର୍ ବି । ସେ ବଲିଉଡ୍ର ଏମିତି ଏକ ଅଭିନେତା, ଯିଏ ଅଭିନୟ ସମେତ ନିଜ ସିଙ୍ଗି କ୍ୟାରିୟର୍ ମଧ୍ୟ ଜାରି ରଖିରଖିଛନ୍ତି । ତାଙ୍କର ନିଜର ଏକ ବ୍ୟାଣ୍ଡ ମଧ୍ୟ ଅଛି । ଆଉ ଆୟୁଷ୍ମାନ ନିଜ ବ୍ୟାଣ୍ଡ ସହ ଅନେକ କନର୍ସଟ ମଧ୍ୟ କରନ୍ତି । ତେବେ ଏବେ ସେ ଭେଟି ଦେଇଥିବା ଏହି ମନ୍ସୁନ୍ ଉପହାର ତାଙ୍କ ଫ୍ୟାନ୍ସଙ୍କୁ ପସନ୍ଦ ଆସିଛି । ଆୟୁଷ୍ମାନ୍ ଏବେ ନିଜ ଆଗାମୀ ଫିଲ୍ମ ‘ବଧାହି ହୋ’କୁ ନେଇ ଅଛନ୍ତି ବ୍ୟସ୍ତ, ଫିଲ୍ମରେ ଆୟୁଷ୍ମାନ୍ଙ୍କ ବିପକ୍ଷରେ ନାୟିକା ଭାବେ ଦଙ୍ଗଲ୍ ଫେମ୍ ସନାୟା ମଲହୋତ୍ରାଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More