Only for Entertainment

କେବଳ ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ ଦିଶା ପଟାନୀ, ଏପରି ମିଳିଥିଲା ପ୍ରଥମ ଫିଲ୍ମ

newsx
0 71

ଦିଶା ପଟାନୀ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବାଗି-୨’ ରିଲିଜ ହୋଇସାରିଛି । ଏବଂ ଫିଲ୍ମ ଆଶା ଠାରୁ ଖୁବ ଭଲ ଆୟ ମଧ୍ୟ କରିଛି । ରିଲିଜ ହେବାର ପ୍ରଥମ ୩ ଦିନରେ ଫିଲ୍ମଟି ୭୩.୫ କୋଟିରୁ ଅଧିକ ଆୟ କରିସାରିଛି । ଏହାକୁ ନେଇ ଚର୍ଚ୍ଚା ହେବା ସହିତ ଟାଇଗର ଏବଂ ଦିଶାଙ୍କୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି ।

କେବଳ ଦୁଇଟି ଫିଲ୍ମ କରି ବଲିଉଡରେ ନିଜର ସ୍ଥାନ ବନାଇପାରିଥିବା ଦିଶାଙ୍କ ଏହି ଯାତ୍ରା ଖୁବ ସଂଘର୍ଷପୂର୍ଣ୍ଣ ରହିଥିଲା । ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ନଆସି ମଧ୍ୟ ସେ ଯେଉଁ ସଫଳତା ପାଇଛନ୍ତି ସେଥିପାଇଁ ସେ ଖୁବ କଷ୍ଟ କରିଛନ୍ତି ।

disha-patani-photos-14

ଏକ ସାକ୍ଷାତକାରରେ ଦିଶା ତାଙ୍କ ସଂଘର୍ଷ ଦିନ ବିଷୟରେ କହିଥିଲେ । ସେ କହିଥିଲେ ପ୍ରଥମରୁ ତାଙ୍କୁ ଅନେକ ରିଜେକ୍ସନର ସାମ୍ନା କରିବାକୁ ପଡିଥିଲା । ସେ କହିଥିଲେ ଯେଉଁ ଫିଲ୍ମରେ ମୋତେ ଲଂଚ କରାଯାଇଥାନ୍ତା ସେହି ଫିଲ୍ମରୁ ମୋତେ ବାହାର କରାଯାଇଥିଲା ।

ଏହାସହିତ ସେ କହିଥିଲେ ଅଭିନୟରେ କ୍ୟାରିୟର କରିବା ପାଇଁ ପଢା ମଧ୍ୟ ଛାଡି ଦେଇଥିଲେ । ଏବଂ କେବଳ ୫୦୦ ଟଙ୍କା ନେଇ ସେ ମୁମ୍ବାଇ ଆସିଥିଲେ । ନିଜର ଖର୍ଚ୍ଚ ପୂରା କରିବା ପାଇଁ ସେ ଟିଭି କମର୍ସିଆଲରେ ଛୋଟ ଛୋଟ ରୋଲ କରୁଥିଲେ । ଏହାପରେ ତାଙ୍କୁ ୨୦୧୬ରେ ତାଙ୍କୁ ଏମଏସ ଧୋନିରେ କାମ କରିବାର ସୁଯୋଗ ମିଳିଥିଲା ।

Disha-Patani-Hot-5

ଏହାପରେ ସେ ଇଣ୍ଡୋ-ଚାଇନିଜ ଫିଲ୍ମ କୁଙ୍ଗ ଫୁ ୟୋଗାରେ ନଜର ଆସିଥିଲେ । ବର୍ତ୍ତମାନ ତାଙ୍ଗର ଫିଲ୍ମ ‘ବାଗି-୨’ ରିଲିଜ ହୋଇଛି ଏବଂ ଏହାକୁ ଦର୍ଶକ ପସନ୍ଦ ମଧ୍ୟ କରୁଛନ୍ତି । ଏଥିରୁ ଜଣାପଡୁଛି ଦିଶାଙ୍କୁ ଆଗକୁ ଆହୁରି ମଧ୍ୟ ସଫଳତା ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More