Only for Entertainment

ରିଲିଜ ହେଲା ଆକ୍ସନ ଥ୍ରିଲର ଫିଲ୍ମ ବାଗୀ୩’ର ଟ୍ରେଲର, ଦେଖିବାକୁ ମିଳିଲା ଟାଇଗରଙ୍କ ଜବରଦସ୍ତ ଷ୍ଟଂଟ ।

102

ନାଡିୟାଡୱାଲା ଗ୍ରାଣ୍ଡସନ ଏଂଟରଟେନମେଂଟ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ବାଗୀ ସିରିଜ’ର ସମସ୍ତ ଫିଲ୍ମ ହିଟ ହେବା ପରେ ଏବେ ବାଗୀର ଆଉ ଏକ ସିରିଜର ଟିଜର ରିଲିଜ ହୋଇଛି । ଟିଜରରେ ଟାଇଗରଙ୍କ ଜବରଦସ୍ତ ଆକ୍ସନ ସହ ଭାଇ ପ୍ରତି ଥିବା ଭଲ ପାଇବାର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମରେ ଟାଇଗରଙ୍କ ବିପକ୍ଷରେ ନଜର ଆସିଛନ୍ତି ଶ୍ରଦ୍ଧା କପୂର । ଶ୍ରଦ୍ଧାଙ୍କ ସହ ଅଙ୍କିତା ଲୋଖଣ୍ଡେ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଟାଇଗରଙ୍କ ଭାଇଙ୍କ ଭୂମିକାରେ ନଜର ଆସିଛନ୍ତି ରିତେଶ ଦେଶମୁଖ । ତେବେ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏହେମଦ ଖାନ ଏବଂ ପ୍ରଯୋଜନା ଭାର ତୁଲାଇଛନ୍ତି ସାଦିଜ ନାଡିୟାଡୱାଲା । ଏହି ଫିଲ୍ମ ପରଦାରେ ମାର୍ଚ୍ଚ ୬ତାରିଖରେ ରିଲିଜ ହେବ । ତେବେ ଏହି ଫିଲ୍ମ ପରଦାରେ କ’ଣ କମାଲ ଦେଖାଇବ, ତାହା କେବଳ ଦେଖିବାକୁ ବାକି ରହିଲା । ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More