Only for Entertainment

‘ବାହୁବଳୀ’ ପରେ ୩୦୦ କୋଟି ବ୍ୟୟରେ ‘RRR’ ନିର୍ମାଣ କରିବେ ରାଜମୌଲୀ, ପରସ୍ପରକୁ ଟକ୍କର ଦେବେ ଏହି ଦୁଇ ସୁପରଷ୍ଟାର ।

tweeted by @TrendsNTR
42

ଭାରତର ସୁପରହିଟ ଫିଲ୍ମ ‘ବାହୁବଳୀ’ ନିର୍ମାଣ କରିବା ପରେ ନିର୍ଦ୍ଦେଶକ ଏସ ଏସ ରାଜମୌଲୀ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ଟାଇଟଲ ରହିଛି ‘RRR’। ଏହି ଫିଲ୍ମର ଓପନିଂ ସେରେମୋନି ଆଜି ଅନୁଷ୍ଠିତ ହୋଇଛି । ଫିଲ୍ମରେ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ପରି ମେଘାଷ୍ଟାର ଲିଡ ରୋଲରେ ନଜର ଆସିବେ । ଫିଲ୍ମର ଓପନିଂ ସେରେମୋନିରେ ବାହୁବଳୀ ପ୍ରଭାସ ଏବଂ ଭଲ୍ଲାଲଦେବ ରୋଲ ପ୍ଲେ କରିଥିବା ରାଣା ଦାଗୁବତୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏହି ଫିଲ୍ମର ଓପନିଂ ସେରେମୋନିରେ ଅଭିନେତ୍ରୀଙ୍କ ବିଷୟରେ ଖୁଲାସା କରାଯାଇନାହିଁ ।

ଆରଆରଆର ଫିଲ୍ମକୁ ରାଜମୌଲୀ, ରାମଚରଣ ଏବଂ ରାମା ରାଓଙ୍କ ସହିତ ଯୋଡା ଯାଉଛି । ପ୍ରକୃତରେ ଏହି ଫିଲ୍ମର ନାମ ହେଉଛି ‘ରାମା ରାବଣା ରାଜ୍ୟମ୍’ । ଡିଭିଭି ଏଣ୍ଟରଟେନମେଣ୍ଟ ବ୍ୟାନରରେ ନର୍ମିତ ଏହି ଫିଲ୍ମରେ ରାମ ଚରଣ ବେଂ ଜୁନିଅର ଏନଟିଆରଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ବାହୁବଳୀ ପରି ଫିଲ୍ମରେ ଜବରଦସ୍ତ ଆକ୍ସନ ରହିବ ବୋଲି ଶୁଣିବାକୁ ମିଳିଛି ।

ଖବର ଅନୁସାରେ ଏହି ଫିଲ୍ମ ଏକ ପିରିୟଡିକ ଡ୍ରାମା ଫିଲ୍ମ ହେବ । ଏହି ଫିଲ୍ମ ପାଇଂ ଏକ ଗାଁର ନିର୍ମାଣ କରାଯାଇଛି । ଯାହାକୁ ୧୯୨୦ର ରୂପ ଦିଆଯାଇଛି । ଫିଲ୍ମକୁ ହାଇଦ୍ରାବାଦରେ ସୁଟ କରାଯିବ । ଖବର ଅନୁସାରେ ବାହୁବଳୀର ପ୍ରଥମ ପାର୍ଟର ବଡେଟ ୧୮୦ କେଟି ଏବଂ ଦ୍ୱୀତିୟ ପାର୍ଟର ୨୫୦ କୋଟି ହୋଇଥିବା ବେଳେ ଏହି ଫିଲ୍ମର ବଜେଟ ୩୦୦ କୋଟି ରହିଛି । ଏହା ସବୁଠାରୁ ଅଧିକ ବଜେଟର ଫିଲ୍ମ ହେବାକୁ ଯାଉଛି । ଫିଲ୍ମର ଲଂଚ ପରେ ଲୋକେ ଫିଲ୍ମକୁ ନେଇ ଖୁବ ଏକ୍ସାଇଟେଡ ଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More