Only for Entertainment

ଦୀପିକା ଏବଂ ପ୍ରିୟଙ୍କାଙ୍କ ପରେ ଏହି ବଲିଉଡ ଅଭିନେତ୍ରୀଙ୍କ ବିବାହ ପକ୍କା, ବିରାଟ କୋହଲୀଙ୍କ ସହିତ ଅଫେୟାରକୁ ନେଇ ରହିଥିଲେ ଚର୍ଚ୍ଚାରେ ।

DNA India
0 46

ବଲିଉଡରେ ଏବେ ଗୋଟିଏ ପରେ ଗୋଟିଏ ଅଭିନେତ୍ରୀଙ୍କ ବିବାହ ଖବର ଶୁଣିୁବାକୁ ମିଳୁଛି । ବ୍ରୁନା ଅବଦୁଲ୍ଲା, ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ଆଉ ଜଣେ ବଲିଉଡ ଅଭିନେତ୍ରାଙ୍କ ବିବାହ ପକ୍କା ହୋଇସାରିଛି । କେବଳ ବଲିଉଡ ନୁହେଁ ସେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ଛାଇ ରହିଛନ୍ତି ।

ସେହି ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହଁନ୍ତି ବାହୁବଳୀ ଫେମ ତମନ୍ନା ଭାଟିଆ । ସେ ଆଗାମୀ ବର୍ଷ ଆମେରିକୀୟ ଫିଜିସିଆନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତମନ୍ନାଙ୍କ ମା’ ଏହି ଖବର ବିଷୟରେ ସୂଚନା ଦେଇଛନ୍ତି ।

tamanna

ତମନ୍ନାଙ୍କ ବିବାହ ଖବରକୁ ନେଇ ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ସେ ତାଙ୍କର ବୟଫ୍ରେଣ୍ଡ ବିଷୟରେ କାହାକୁ ମଧ୍ୟ ଜଣାଇନଥିଲେ । ସବୁବେଳ ସେ ରିଲେସନସିପ ପାଇଁ ପ୍ରସ୍ତୁତ ନାହିଁ ବୋଲି ଉତ୍ତର ଦେଇଆସୁଥିଲେ । କିନ୍ତୁ ତମନ୍ନାଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହିତ ଯୋଡି ହୋଇସାରିଛି ।

୨୦୧୨ରେ କ୍ରିକେଟର ବିରାଟ କୋହଲୀ ଏବଂ ତମନ୍ନାଙ୍କ ଅଫେୟାର ଖୁବ ଚର୍ଚ୍ଚାରେ ରହିଥିଲା । ପ୍ରଥମ ଥର ପାଇଁ ଏକ ବିଜ୍ଞାପନର ସୁଟିଂରେ ଦୁହେଁ ପରସ୍ପରକୁ ସାକ୍ଷାତ କରିଥିଲେ । ଏହାପରେ ଦୁହଁଙ୍କୁ ଅନେକ ଥର ଏକା ସହିତ ଦେଖିବାକୁ ମିଳିଥିଲା । ଏହା ପରେ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିଲା । ତମନ୍ନାଙ୍କ ନାମ ପାକିସ୍ତାନୀ କ୍ରିକେଟର ଅବ୍ଦୁଲ ରଜ୍ଜାକଙ୍କ ସହିତ ମଧ୍ୟ ଯୋଡି ହୋଇ ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More