Only for Entertainment

କରଣ ଜୋହରଙ୍କ ଟିଭି ଚାଟ ଶୋ’ରେ ଏଂଟ୍ରି କରିବେ ‘ବାହୁବଲୀ’ର ଏହି ୩ସଦସ୍ୟ, ଟ୍ୱିଟ କରି ଦେଲେ ଇଶାରା !

39

ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ଷ୍ଟାର ୱାର୍ଲ୍ଡରେ ପ୍ରସାରିତ ଟିଭି ଚାଟ ଶୋ’ ‘କଫି ୱିଦ କରଣ୬’ ଲଗାତାର ଫ୍ୟାନ୍ସ ମାନଙ୍କ ଫେବରେଟ ହୋଇ ଆସିଛି । ଏହି ଟିଭି ଶୋ’କୁ ଖାସ ବନାଇଥାଆନ୍ତି ଟିଭି ଶୋ’ରେ ଭାଗ ନେଉଥିବା କଳାକାର ଏବଂ ଏହି କଳାକାର ଶେୟାର କରିଥାଆନ୍ତି ନିଜ ବିଷୟରେ କିଛି ଜଣାଅଜଣା କଥା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ । ୬ଷ୍ଠ ସିଜନରେ ଏବେ ପର୍ଯ୍ୟନ୍ତ ଶୋ’ରେ ଦୀପିକା ପାଦୁକୋଣ, ଆଲିୟା ଭଟ୍ଟ, ଜାହ୍ନବୀ କପୂର, ରଣବୀର ସିଂ, ଅକ୍ଷୟ କୁମାର, ଆମୀର ଖାନ ଏବଂ ମଲାଇକା ଅରୋରା ନଜର ଆସିଥିଲେ ।

ଏହି ସମସ୍ତ ଗେଷ୍ଟ ନିଜ ବିଷୟରେ ଅନେକ ରାଜ୍ ଶେୟାର କରିଥିଲେ । ଏବେ ଏହି ଶୋ’ରେ ଆଉ ଏକ ନୁଆ ନାଁ ଯୋଡି ହେବାକୁ ଯାଉଛି । ଯାହା ନିଶ୍ଚୟ ଦର୍ଶକ ମାନେ ଜାଣିଲେ ଖୁସିର ଲହରି ଖେଳି ଉଠିବେ । ସେ ଆଉ କେହି ନୁହନ୍ତି , ନିକଟରେ ସୁପର ଡୁପର ହିଟ ହୋଇଥିବା ଫିଲ୍ମ ‘ବାହୁବଲୀ’ର ଟିମ । ଏହି ଟିମରୁ ଆସିବେ ରାଜା ମୌଲୀ, ରାଣା ଡଗୁବତି ଏବଂ ପ୍ରଭାସ । ପ୍ରଥମ ଥର ପାଇଁ ତେଲୁଗୁ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା ପ୍ରଥମ କଳାକାର ଯୋଗ ଦେବେ କରଣଙ୍କ ଶୋ’ କଫି ୱିଦ କରଣ’ରେ । ଏହି ଖବର ହିଂଟ ଜରିଆରେ କରଣ ଟ୍ୱିଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More