Only for Entertainment

କ୍ୟାଟିପେରୀଙ୍କ ଲାଗି ବାବା ସହଗଲଙ୍କର ପ୍ରେମ !

radioandmusic
0 52

ରାପର ଏବଂ ସଂଗୀତକାର ବାବା ସହଗଲ ହଲିଉଡ ଗାୟିକା କ୍ୟାଟିପେରୀଙ୍କ ପାଇଁ ଏକ ଗୀତ ବନାଇବାକୁ ସଙ୍କେତ ଦେଇଛନ୍ତି । ପେରୀ ‘ରୋର’ ଏବଂ ‘ଡାର୍କ ହର୍ସ’ଭଳି ସଂଗୀତ ପାଇଁ ଜଣାଶୁଣା ଅଟନ୍ତି ।

ସହଗଲ ରବିବାର ଏକ ଟ୍ୱିଟ ଜରିଆରେ ନିଜର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ କ୍ୟାଟିପେରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଫଟୋ ସହ ସହଗଲ ଏହା ମଧ୍ୟ ଲେଖିଥିଲେ “କ୍ୟାଟିପେରୀ ଆଇ ଲଭ ୟୁ । ମେଁ ପଞ୍ଜାବୀ ତୁ ଅଂଗେଜ୍ରୀ, ମେରି ଦିଲ ବେରି କ୍ରେଜି କ୍ରେଜି । କ୍ୟାଟିପେରୀ ଆଇ ଲଭ ୟୁ ଖୁବ ଶୀଘ୍ର ଆସୁଅଛି ।”

ଏହା ପ୍ରଥମ ଥର ପାଇଁ ନୁହେଁ ଯେ ଏକ ଜଣେ ସେଲିବ୍ରିଟି ଅନ୍ୟ ଜଣେ ବିଦେଶୀ ସେଲିବ୍ରିଟିଙ୍କ ପାଇଁ ସଂଗୀତ ସମର୍ପିତ କରିଛନ୍ତି । ଏହାପୂର୍ବରୁ ଗାୟକ ଦଲଜିତ ଦୋସାଞ୍ଝା ମଧ୍ୟ ଖୋଲାଖୋଲି ଭାବେ ରିୟାଲିଟି ଟିଭି ଷ୍ଟାର କାଇଲି ଜେନରଙ୍କ ପାଇଁ ‘ଡୁ ୟୂୁ ନୋ’ନାମକ ସଂଗୀତ ପ୍ରସ୍ତୁତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More