Only for Entertainment

ପୁଣିଥରେ ପରଦାରେ ଦେଖିବାକୁ ମିଳିବ ବାବୁସାନ-ଭୂମିକାଙ୍କ ଯୋଡି, ଏହି ହିଟ ନିର୍ଦ୍ଦେଶକଙ୍କ ଫିଲ୍ମରେ ଆସିବେ ନଜର ।

odia99
0 50

ଗତ ବର୍ଷ ଦଶହରା ଅବସରରେ ରିଲିଜ ହୋଇଥିବା ଓଡ଼ିଆ ସିନେମାରେ ଏକ ଅନ ସ୍କ୍ରିନ ଯୋଡ଼ି ଧମାଲ କରିଥିଲେ । ଏଥର ପୁଣି ପୂଜା ବଜାରକୁ ଆସିବା ଲାଗି ପ୍ରସ୍ତୁତ ହେଲେଣି ଏହି ହିଟ ଯୋଡ଼ି । ଏଠାରେ ଯେଉଁ ଅନସ୍କ୍ରିନ ଯୋଡ଼ିଙ୍କ କଥା କୁହାଯାଉଛି, ସେ ହେଲେ ବାବୁସାନ-ଭୂମିକା । ଏହି ଯୋଡ଼ିଙ୍କର ପ୍ରଥମ ସିନେମା ହେଲା ‘ହିରୋ ନମ୍ବର ୱାନ’ ଗତବର୍ଷ ପୂଜା ବଜାରରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ବାବୁସାନ-ଭୂମିକାଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବେ ପୁଣି ଥରେ ଏହି ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକସନ୍ସ ଏକ ଫିଲ୍ମ ନିର୍ମାଣ କରୁଛି । ଏହି ସିନେମାର ଟାଇଟଲ ରହିଛି ‘ଶ୍ରୀମାନ ସୁରଦାସ’ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ହିଟ ଡାଇରେକ୍ଟର ଅଶୋକ ପତି ।

ବାବୁସାନ-ଭୂମିକା ଯୋଡ଼ିଙ୍କର ଏହା ହେବ ଦ୍ୱିତୀୟ ସିନେମା । ତରଙ୍ଗ ସିନେ ପ୍ରଡକସନ୍ସର ବାବୁସାନ-ଭୂମିକାଙ୍କ ଦ୍ୱିତୀୟ ଫିଲ୍ମଟି ଏକ ରୋମାଣ୍ଟିକ କମେଡ଼ି ବୋଲି ଜଣା ପଡିଛି । ଭୂମିକା ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଅଶୋକ ପତିଙ୍କ ସହିତ କାମ କରୁଛନ୍ତି । ଏହି ସିନେମାରେ ବାବୁସାନ, ଭୂମିକାଙ୍କ ବ୍ୟତୀତ ମିହିର ଦାସ, ସଲିଲ ମିତ୍ର ଓ ତ୍ରିଭୁବନ ପଣ୍ଡା ପ୍ରମୁଖ ଅଛନ୍ତି ।

ଭୂମିକାଙ୍କର ଫିଲ୍ମ ବିଷୟରେ କହିବାକୁ ଗଲେ ତାଙ୍କର ଏକ ଫିଲ୍ମ ଏବେ ରିଲିଜ ପାଇଁ ପ୍ରସ୍ତୁତ ହେଉଥିବା ଜଣା ପଡିଛି । ଫିଲ୍ମଟି ହେଲା ‘ନାୟକର ନାଁ ଦେବଦାସ’ । ସେହିପରି ବାବୁସାନଙ୍କ ଅଭିନୀତ ‘ଲୋକାଲ ଟୋକା ଲଭ ଚୋଖା’ ସିନେମାଟି ମଧ୍ୟ ଖୁବ ଶୀଘ୍ର ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More