Only for Entertainment

ମୟୁରଭଂଜରେ ଭଲ ଲାଗିଲା ଦେଶୀ କୁକୁଡ଼ା ତରକାରୀ, ସ୍ୱରାଜଙ୍କ ପ୍ରଶଂସାରେ ଲେଖିଲେ ବାବୁଶାନ

facebook
93

ଗୋଟିଏ ମଂଚରେ ଦୁଇ ଦୁଇଟି ଚର୍ଚ୍ଚିତ ଓଡ଼ିଆ ତାରକା । ଆଜ୍ଞା ହଁ ମୟୁରଭଂଜ ଉତ୍ସବରେ କଳାକାର ମାନଙ୍କୁ ନିଜ ପୈତୃକ ମାଟିକୁ ନିମନ୍ତ୍ରଣ କରିଥିଲେ କାର୍ଯ୍ୟକର୍ତ୍ତା । ଯେଉଁଠାରେ ପପୁ ପମପମ, ବାବୁଶାନ ଓ ସ୍ୱରାଜ ଆଦି କଳାକାର ପହଂଚିଥିଲେ । କିନ୍ତୁ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ତାହା ହେଉଛି ସ୍ୱରାଜଙ୍କ ଘରେ ଦେଶୀ କୁକୁଡ଼ା ତରକାରୀ, ଯାହା ବାବୁଶାନଙ୍କୁ ଖୁବ ଭଲ ଲାଗିଛି । ଭୁବନେଶ୍ୱରରେ ପହଂଚିଯିବା ପରେ ମଧ୍ୟ ହାତରୁ ବାତ୍ସା ଯାଉନି ।

 

 

View this post on Instagram

 

ବାବୁଶାନ୍ ଓ ସ୍ବରାଜ 💕💕

A post shared by ODIA FILM CRITICS (@odiafilmcritics) on

କହିରଖୁଛୁ ଇଭେଂଟକୁ ଯାଇଥିବା ସମୟରେ ସ୍ୱରାଜଙ୍କ ଘରକୁ ଯାଇଥିଲେ ବାବୁଶାନ । ଯାହାପରେ ସ୍ୱରାଙ୍କ ଘରେ ବାବୁଙ୍କୁ ପରସିଥିଲେ ଦେଶୀ କୁକୁଡ଼ାର ସ୍ୱାଦଷ୍ଟ ତରକାରୀ, ଯାହାକୁ ଅଭିନେତା ଭୁଲି ପାରୁ ନାହାଁନ୍ତି ଏବଂ ଭୁବନେଶ୍ୱର ଆସିବା ପରେ ଏକ ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି ଉତ୍ତମ ଏବଂ ଅପରାଜିତାଙ୍କ ଲାଡଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More