Only for Entertainment

ଏଥର ରଜରେ ଆସିବ ‘ସୁନ୍ଦରଗଡର ସଲମାନ ଖାନ’ । ବାବୁସାନ ମଚାଇବେ ଧୁମ୍ ।

instagram
0 76

ରଜରେ ପରଦାରେ ଦେଖାଯିବ ‘ସୁନ୍ଦରଗଡର ସଲମାନ ଖାନ’ । ଏଥିପାଇଁ ପ୍ରସ୍ତୁତି ଖୁବ ଜୋରଶୋରରେ ଚାଲିଛି । ତେବେ ଦର୍ଶକ ଏବଂ ଓଲିଉଡ ପାଇଁ ଏକ ଖୁସି ଖବର । ଏଥର ରଜରେ ବାବୁସାନ ଆସୁଛନ୍ତି ତହେଲକା ମଚାଇବାକୁ । ତାଙ୍କ ଅଭିନୀତ ଫିଲ୍ମ ‘ସୁନ୍ଦରଗଡର ସଲମାନ’ର ଏବେ ପ୍ରସ୍ତୁତି ଚାଲିଛି । କିଛି ଦିନ ତଳେ ଏହାର ପୋଷ୍ଟର ରିଲିଜ ହୋଇଥିଲା । ପୋଷ୍ଟରରେ ବାବୁସାନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ବାବୁସାନ ଏହି ଫିଲ୍ମରେ ଦୁଇଟି ଚରିତ୍ରରେ ଦେଖାଯିବେ ବୋଲି ଫଟୋରୁ ଜଣାପଡୁଛି । ତରଙ୍ଗ ସିନେ ପ୍ରଡକ୍ସନ୍ସ ତରଫରୁ ଏହି ଫିଲ୍ମର ନିର୍ଦ୍ଧେଶନା ଦେଉଛନ୍ତି ଅଶୋକ ପତି ।

କାହାଣୀ ରଚନା କରିଛନ୍ତି ରଣଜିତ୍ ପଟ୍ଟନାୟକ । ସଂଗୀତ ନିର୍ଦ୍ଧେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଫିଲ୍ମରେ ବାବୁଙ୍କ ବିପକ୍ଷରେ ଅଭିନୟ କରିବେ ନବାଗତା ନାୟିକା ଦିବ୍ୟା । ଫିଲ୍ମଟି ଆଗାମୀ ରଜରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More