Only for Entertainment

ଲଂଚରେ ପ୍ରସ୍ତୁତ କରନ୍ତୁ ବେବି କର୍ନ ଟମାଟୋ ମିକ୍ସ ରାଇସ୍

Archana's Kitchen
0 52

ସାମଗ୍ରୀ-

ତେଲ- ୨ ଚାମଚ
ଜିରା- ୧ ଚାମଚ
ଅଦା- ୨ ଚାମଚ
ରସୁଣ- ୧ଚାମଚ
ପିଆଜ- ୮୦ ଗ୍ରାମ
ଟମାଟୋ- ୧୬୦ ଗ୍ରାମ
ବେବି କର୍ନ- ୨୦୦ ଗ୍ରାମ
ପାଣି
ଜିରା ପାଉଡର- ୨ ଚାମଚ
ଲୁଣ- ୧ ଚାମଚ
ଗରମ ମସଲା- ୨ ଚାମଚ
ଚାଉଳ (ରନ୍ଧା ହୋଇଥିବା)- ୩୦୦ ଗ୍ରାମ
ପାୱ ଭାଜି ମସଲା- ୧ ଚାମଚ
ଧନିଆ- ସଜେଇବା ପାଇଁ

ପ୍ରଣାଳୀ-

ପ୍ରଥମେ କଢେଇରେ ୨ ଚାମଚ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏଥିରେ ଜିରା, ଅଧା, ରସୁଣ ପାକଇ ୨-୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ପିଆଜ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ ଏଥିରେ ଟମାଟୋ ପକାଇ ଭଲଭାବେ ନରମ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ବର୍ତ୍ତମାନ ଏହି ମିଶ୍ରଣରେ ବେବି କର୍ନ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ୨ ଚାମଚ ପାଣି, ଜିରା ପାଉଡର, ଲୁଣ, ଗରମ ମସଲା ପକାଇ ୫-୭ ମିନିଟ ପାଇଁ ମସଲାକୁ କଷନ୍ତୁ । ଏବେ ରନ୍ଧା ଯାଇଥିବା ଭାତ ପକାଇ ୫ରୁ ୭ ମିନିଟ ରାନ୍ଧନ୍ତୁ । ଏହାପରେ ୧ ଚାମଚ ପାଓ ଭାଜି ମସଲା, ଏକ ଚାମଚ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ବେବି କର୍ନ ଟମାଟୋ ମିକ୍ସ ରାଇସ୍ । ବର୍ତ୍ତମାନ ଧନିଆ ପତ୍ର ଉପରେ ପକାଇ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More