Only for Entertainment

୧୨ ବର୍ଷ ପରେ ଫେରିବ ସନି ଏବଂ ଅମୀଷାଙ୍କ ଯୋଡ଼ି ।

hindustantimes.com
0 59

ସନି ଦେଓଲ ତାଙ୍କର ଅପକମିଂ ଫିଲ୍ମ ୟମଲା ପଗଲା ଦିୱାନା ଥ୍ରି ପୂର୍ବରୁ ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି । ଏହି ଫିଲ୍ମରେ ସନି ୧୨ ବର୍ଷ ପରେ ଅମୀଷା ପଟେଲଙ୍କ ସହିତ ନଜର ଆସିବେ । ଦୁଇ ଜଣଙ୍କ ଯୋଡ଼ିକୁ ଦର୍ଶକ ଗଦର ଏକ ପ୍ରେମ କଥାରେ ଖୁବ ପ୍ରଶଂସା କରିଥିଲେ । ସନିଙ୍କ ନୂଆ ଫିଲ୍ମର ନାମ ହେବ ‘ଭଇୟା ଜୀ ସୁପରହିଟ’ । ଏହି ଫିଲ୍ମ ୧୯ ଅକ୍ଟୋବରକୁ ରିଲିଜ ହେବ ।

ଫିଲ୍ମରେ ବଡ଼ ସରପ୍ରାଇଜ ହେଉଛିଯେ ପ୍ରୀତି ଜିନ୍ତା ମଧ୍ୟ ନଜର ଆସିବେ । ତାଙ୍କ ରୋଲ ବିଷୟରେ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ତଥାପି ହିରୋ ଫିଲ୍ମର ଏହି ଯୋଡ଼ିଙ୍କୁ ବଡ଼ ପରଦାରେ ଦୀର୍ଘ ସମୟ ବ୍ୟବଧାନରେ ଦେଖିବାକୁ ମିଳିବ । ପ୍ରୀତିଙ୍କ ସହିତ ଫିଲ୍ମରେ ଅରଶଦ ବାର୍ସୀ, ଶ୍ରେୟସ ତଲପଡ଼େ,ସଂଜୟ ମିଶ୍ରା,ମୁକୁଲ ଦେବ ଓ ପଙ୍କଜ ତ୍ରିପାଠୀଙ୍କ ଭଳି କଳାକାର ନଜର ଆସିବେ ।

ଏହି ଆକ୍ସନ କମେଡ଼ି ଫିଲ୍ମକୁ ନୀରଜ ପାଠକ ଡାଇରେକ୍ଟ କରୁଛନ୍ତି । ଫିଲ୍ମରେ ସନି ଡବଲ ରୋଲରେ ନଜର ଆସିବେ । ଏହି ଫିଲ୍ମର କାହାଣୀ ଉତ୍ତର ପ୍ରଦେଶ ଏବଂ ବିହାର ଉପରେ ନିର୍ମାଣ କରାଯିବ ।
ବହୁ ଦିନ ଧରି ଏହି ଫିଲ୍ମର ପ୍ରସ୍ତୁତି ଚାଲୁଛି । କେତେକ ସମୟରେ ଡେଟ ସାମ୍ନାକୁ ଆସିଥିଲେ ମଧ୍ୟ ରିଲିଜ କରାଯାଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More