Only for Entertainment

ଆପଣ ମଧ୍ୟ ଏଭଳି ଯନ୍ତ୍ରଣାରେ ପିଡ଼ିତ କି?

Medical News Today
45

ଅତ୍ୟଧିକ ଚିନ୍ତାଗ୍ରସ୍ତରେ ରହିବା ଦ୍ୱାରା ଆପଣଙ୍କ ମାଂସପେଶୀ ଆନ୍ଦୋଳିତ ହୋଇଯାଏ । ଖାସ୍ କରି ଗଳା ଏବଂ ପିଠିର ଉପରି ଅଂଶରେ ଥିବା ମାଂସପେଶୀ ଉପରେ ଚିନ୍ତାଗ୍ରସ୍ତର ଅଧିକ ପ୍ରଭାବ ପଡିଥାଏ । ପିଠିର ମାଂସପେଶୀ ଆନ୍ଦୋଳିତ ହେବା ଦ୍ୱାରା ପିଠି ଦରଜ ହୋଇଥାଏ । ସେଥିପାଇଁ ଚିନ୍ତାରୁ ଦୂରେଇ ରୁହନ୍ତୁ ।

 

– ଯେଉଁ ଲୋକ ଦିନଯାକ ତାଙ୍କ ଫୋନ୍ ଏବଂ ଟ୍ୟାବ୍ ରେ ବ୍ୟସ୍ତ ଥାନ୍ତି ସେମାନଙ୍କୁ ‘ଟେକ୍ଷ୍ଟ ନେକ’ ନାମକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ଏହି ରୋଗଟି ଫୋନ୍ କିମ୍ବା ଟ୍ୟାବ୍ ରେ କାମ କଲା ବେଳେ ବେକ ନୁଆଁଇବା ରହୁଥିବାରୁ ହୋଇଥାଏ । ଏହାଦ୍ୱାରା ମେରୁଦଣ୍ଡରେ ମାଂସ ବଢିଥାଏ । ଏହି ଅଭ୍ୟାସ ଧୀରେ ଧୀରେ ପୋଶ୍ଚର ଉପରେ ପ୍ରଭାବିତ ହୋଇ ପିଠି ଦରଜ ହେବା ଆରମ୍ଭ ହୋଇଥାଏ ।

 

– ଯଦି ଆପଣ ଡେକ୍ସରେ ବସି କାମ କରୁଛନ୍ତି,ଯାହାଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସିବାକୁ ପଡୁଛି ତେବେ ସେଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ । ବସିବା ସମୟରେ ଯଦି ଆପଣଙ୍କର ପୋଶ୍ଚର ଠିକ୍ ନରୁହେ ତେବେ ଏହାଦ୍ୱାରା ଆପଣଙ୍କ ପିଠିର ତଳ ଅଂଶ ଉପରେ ଅଧିକ ପ୍ରଭାବ ପଡିଥାଏ । ସେଥିପାଇଁ ଆପଣଙ୍କ ପୋଶ୍ଚର ଉପରେ ଧ୍ୟାନ ଦିଅନ୍ତୁ । ଏହାସହିତ ଆପଣଙ୍କ ଫୋରଆର୍ମ ଯେପରି ସମାନ୍ତର ରୁହେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More