Only for Entertainment

ପ୍ରସ୍ତୁତ କରନ୍ତୁ ଓଡ଼ିଆ ଘରର ସ୍ୱାଦିଷ୍ଟ ରେସିପି ବାଦାମ ପୂର ଦିଆ ବାଇଗଣ ।

kanaklifestyle
33

ପ୍ରଥମେ ଗୋଟା ବାଇଗଣକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଏହାର ଉପର ପାଶ୍ୱର୍ରୁ ୪ ଭାଗ କରି ଦିଅନ୍ତୁ । ମନେ ରଖନ୍ତୁ ଯେପରି ବାଇଗଣ ଗୋଟା ରହିବ କିନ୍ତୁ ସଂପୂର୍ଣ୍ଣ ଭାବରେ କାଟିବେ ନାହିଁ । ଏହାକୁ ଏଭଳି କାଟନ୍ତୁ ଯେପରି ଏଥିରେ ପୂର ଦିଆଯିବ । ଏହାପରେ ବାଇଗଣରେ ଲୁଣ ଓ ହଳଦୀ ଗୋଳାଇ କିଛି ସମୟ ରଖନ୍ତୁ ଏବଂ ଏହାପରେ ଏକ କଡ଼ାଇରେ ତେଲ ପକାଇ ଗୋଟା ବାଇଗଣକୁ ଭାଜନ୍ତୁ । ବାଇଗଣ ଅଧା ଭାଜିହେବା ପରେ ବାହାର କରିଦିଅନ୍ତୁ । ଏହି ସମୟରେ ବାଦାମକୁ ଖଣ୍ଡ ଖଣ୍ଡ କରି ଚୁରି ଦିଅନ୍ତୁ । ଧ୍ୟାନ ରଖିବେ ଯେପରି ଏହା ସଂପୂର୍ଣ୍ଣ ଭାବରେ ଗୁଣ୍ଡ ନ ହୁଏ । ଏବେ ଅନ୍ୟ ଏକ କଡ଼଼ାଇରେ ତେଲ ପକାଇ ଛୋଟ କଟା ପିଆଜ ପକାନ୍ତୁ । ସେଥିରେ ସାମାନ୍ୟ ଅଦା ଓ ରସୁଣ ଛେଚା ଓ ଛେଚା କଂଚାଲଙ୍କା ପକାଇ ଭାଜନ୍ତୁ । ଏବେ ବାଦାମ ଓ ସ୍ୱାଦନୁସାରେ ଲୁଣ ପକାନ୍ତୁ ଓ ବାହାର କରିଦିଅନ୍ତୁ । ଏବେ ରଖିଥିବା ବାଇଗଣରେ ବାଦାମ ପୂର ଦିଅନ୍ତୁ ଏବଂ ଏହାକୁ ପୁଣିଥରେ କଡ଼ାଇରେ ତେଲ ପକାଇ ସେହି ବାଇଗଣକୁ ରଖନ୍ତୁ । କିଛି ସମୟ ପରେ ରଙ୍ଗ ବଦଳିଯିବ ଏବଂ ଏହାକୁ ବାହାର କରିଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଦାମ ପୂର ଦିଆ ବାଇଗଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More